STORYMIRROR

Satyabati Swain

Others

2  

Satyabati Swain

Others

ସ୍ଥିର ଆଖି

ସ୍ଥିର ଆଖି

1 min
595


ନିର୍ଜୀବ ମୂର୍ତ୍ତି ପରି

କାନ୍ଥକୁ ଆଉଜି

ମାଟି ଗଦା ପରି

ବସି ଥିଲାସେ।।

ଆଖିରେ ପଲକ ନାହିଁ

ମୁହଁରେ ଝଲକ ବି

ଓଠ ଶୁଷ୍କ

ଆଳୁରୁ ବାଳୁରୁ

ମୁଣ୍ଡର କେଇ କେରା କେଶ।।


ରୂପଟି କିନ୍ତୁ ଆଖିରେ ପଡ଼ିଲା ଭଳି

ଭୂଷଣ ନାହିଁ

ଅଛି ରଙ୍ଗ ଉଡି ଯାଇଥିବା ଫଟା ଶାଢ଼ୀଟେ

ବ୍ଲାଉଜ ନାହିଁ

ପଣତ କିନ୍ତୁ ଭିଡା ହୋଇଛି

ଛାତି ଚାରି ପଟେ।।

ଠଉରେଇ ହେଉନାହିଁ

ଜୀବିତ କି ମୃତ

ପାଖେ ବୋଉ ବୋଉ ହେଇ

ଗୁରେଇ ହୋଇ ଯାଉଛନ୍ତି

କଙ୍କାଳ ସାର ନିଖୁରା

ଲଙ୍ଗଳା ଫୁଙ୍ଗୁଳା ପିଲା ଦିଟା।।


ଭଙ୍ଗା ଘର

ଓହଳି ପଡିଛି ଲନଘା

କାମକୁ ଯାଇଛି ମଦୁଆ ବାପା ଟା

ଘରେ ରାହା ଦେଖୁଛି

କ୍ୟାନ୍ସର ରେ ପଡି ମରଣକୁ

ଅପେକ୍ଷା ରଖିଥିବା ବେବଶ ମା' ଟି।।


ସନ୍ଧ୍ୟା ଘଣ୍ଟି ବାଜିବା ଉପରେ

ତେବେ ବି ଵୋକ ପରେ ଵୋକ

ଦବାକୁ ଉଦ୍ୟତ ଅକାମି ମନ

ଆଖିର ଲୁହରେ ଓଦା ଛାତି

ନିଶ୍ୱାସ ନେବାକୁ କଷ୍ଟ

ତଥାପି ଥାପୁଡ଼େଇ ଦେବାକୁ

ହାତ ଅସ୍ଥିର

ଆଉ ଯାଇ ଆଣିବାକୁ ଛାତିକୁ।

ବ୍ୟସ୍ତ

ସକାଳୁ ଭୋକିଲା ଥିବା ଛୁଆ ଦିଟାପାଇଁ

ମାତ୍ର ଓଃ ଶବ୍ଦରେ ଶେଷ ହୋଇ ଯାଇଛି

ସବୁ କିଛି

ନିଥର ହାତ

ସ୍ଥିର ଆଖି

ଚାହିଁଛି ତେବେ ବି ଛୁଆ ଦିଟାଙ୍କୁ

ଆକୁଳରେ।।

!!!!!!!!!!!


*ସତ୍ୟବତୀ ସ୍ଵାଇଁ,ମୀନୁ,ବାଲିକୁଦା,ଜଗତସିଂହପୁର*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍