STORYMIRROR

Ajit Kumar Raut

Others

4  

Ajit Kumar Raut

Others

ସତେକି ସୁଦୟା ହେଲା ପ୍ରଭୁଙ୍କ

ସତେକି ସୁଦୟା ହେଲା ପ୍ରଭୁଙ୍କ

1 min
162


ନିରୋଗର ଦୃଶ୍ୟ ଅନୁଭବ ହୁଏ

ସୁଦୟା ହେଲା ପ୍ରଭୁଙ୍କ,

ଖୁସିର ଲହରୀ ମାଡ଼ି ଆସୁ ଅଛି

କରୁଣା ହେଲା ପ୍ରଭୁଙ୍କ।୧।


ଚିନ୍ତାମଗ୍ନ ମନ ଉତ୍ସାହିତ ହେଲା

ଅଙ୍ଗ ଅଙ୍ଗ ପୁଲକିତ,

ଅଦୃଶ୍ୟ ରୋଗର ବିନାଶ ହିଁ ହେଲା

ନ କରେଟି ଆତଙ୍କିତ।୨।


କରୋନା ରୋଗରେ ବୈଜ୍ଞାନିକ ଟୀକା

ଅତି ଲାଭକାରୀ ହେଲା,

ଲାଗୁ ଅଛି ଟୀକା ମୃତ୍ୟୁ ସଞ୍ଜିବନୀ

କରୋନା ବିନାଶ ହେଲା।୩।


ଯେତେ ଅଦୃଶ୍ୟରେ ଆସୁହିଁ ଟି ରୋଗ

ନିବାରଣ ତାର ହେବ,

ଆତ୍ମନିର୍ଭରଟି ହୋଇଛି ଭାରତ

ସମାଧାନ ସବୁ ହେବ।୪।


ଆତ୍ମବିଶ୍ୱାସରେ ଉତ୍ସାହିତ ଦେଶ

ଅସମ୍ଭବ ନାହିଁ କିଛି,

ସବୁ କିଛି ଏବେ ଦେଶରେ ହେଉଛି

ପ୍ରଯୋଜନ ନାହିଁ କିଛି।୫।


ନିଜ ଭାଗ୍ୟ ଆମେ ନିଜେ ହିଁ ଗଢିବା

ହେବା ସୁରକ୍ଷିତ ଆମେ,

ସବୁ ହିଁ ଗୌରବ ଦେଶେ ଆଣି ଦେବା

ଭାରତ ସନ୍ତାନ ଆମେ।୬।


ଜନେ ଜନେ ସେବା ନିତ୍ୟେ କରୁ ଥିବା

ସବଳ କରିବା ପାଇଁ,

ସବୁ ଅବସରରେ ଆଗୁଆ କରିବା

ଦେଶର ଉନ୍ନତି ପାଇଁ।୭।


ନିଃସ୍ୱାର୍ଥର ମନ୍ତ୍ରେ ଜଡ଼ିତ କରିବା

ସତ୍ୟବାଦୀ ହେବା ପାଇଁ,

ନିଃସ୍ୱାର୍ଥର କର୍ମେ କର୍ମୀକ କରିବା

ଜନହିତେ କର୍ମ ପାଇଁ।୮।


ବିପଦ ଘୁଞ୍ଚିଲେ ନୂଆ କଳେବର

ପ୍ରଭୁଙ୍କ ଲିଖନ ଯାହା,

ଜଡ଼ିତ କରିବା ନୂଆ କଳେବରେ

ଦେଶର ସମସ୍ୟା ଯାହା।୯।


ହସି ଉଠିବେ ହିଁ ଜନଜନ ତେବେ

ଆତ୍ମନିର୍ଭରଟି ହୋଇ,

ଉନ୍ନତିର ମାର୍ଗ ଆବିର୍ଭାବ ହେବ

ଗୌରବମୟଟି ହୋଇ।୧୦।


ସମୟର ଚକ୍ରେ ହେଉ ଥିବ ସବୁ

ସେହୁଟି ପ୍ରଭୁଙ୍କ ଚକ୍ର,

ମନୁଷ୍ୟ ଆୟତ୍ତ ନାହିଁ ହିଁ ତହିଁରେ

ମନୁଷ୍ୟ ତାରଣ ଚକ୍ର।୧୧।


ନିରୋଗର ଦୃଶ୍ୟ ଅନୁଭବ ହୁଏ

ସୁଦୟା ହେଲା ପ୍ରଭୁଙ୍କ,

ଖୁସିର ଲହରୀ ମାଡ଼ି ଆସୁ ଅଛି

କରୁଣା ହେଲା ପ୍ରଭୁଙ୍କ।୧୨।



Rate this content
Log in