STORYMIRROR

Pranati Mahapatra

Others

2  

Pranati Mahapatra

Others

ସତେ ହୋଇବ ସେ ଉଦ୍ଧାର

ସତେ ହୋଇବ ସେ ଉଦ୍ଧାର

1 min
13.7K


ରାତି ଯେତେବେଳେ 

       ଗଭୀର ଥିଲା

      ତୁମେ ହୋଇଥିଲ ଉନ୍ମାଦ,

ନୀରବରେ ସବୁ ସହିଯାଉଥିଲି

      ଶୁଣି କା'ର ବାଦ ଅପବାଦ ।

ଝିଙ୍କାରୀର ଝିଁ ଝିଁ ଶବ୍ଦ

        ଲାଗୁଥିଲା ସତେ ମଧୁର

ସବୁଠାରୁ ବିକର୍ଷଣ ଥିଲା

       ଔଦ୍ଧତ୍ୟ କଟାକ୍ଷ ତୁମର

ରଜନୀରାଣୀର ନିଶବ୍ଦ ଶବ୍ଦରେ

   ଚାନ୍ଦ ଆସେ ଲୁଚି ଲୁଚି,

ଶତ ମଥାନତ କରି କହୁଥିଲି

  ତୁମ ପାଦେ କରି କେତେ ପ୍ରୀତି।

ରଜନୀଗନ୍ଧାର ସୁବାସରେ

     ତୁମ ମତି ହୋଇଗଲା ଭ୍ରମ,

ପ୍ରଫୁଲ୍ଲ ଚିତ୍ତରେ ସୁବାସ ଆଘ୍ରାଣେ

   ହୋଇଯାଇଥିଲ ସତେ ଯମ।

ଆକୁଳ ପ୍ରାର୍ଥନା ବିନତି ତାହାର

     ସବୁ ଯେ ଥିଲା ନିଷ୍ଫଳ,

ମଧୁ ଚୁଷି ସାରି ଫିଙ୍ଗି ଦେଇଥିଲ

    ହୋଇଗଲା ସିଏ ମହାକାଳ।

ସକାଳରେ ଫୁଟି ସଞ୍ଜରେ ନ ଯାଉ 

    ଜହ୍ନି ଫୁଲଟିଏ ନ କର,

 ଯାତନା କାତର ବିରହୀ ପ୍ରାଣକୁ

  କଲବଲ ଆଉ କିଆଁ କର ।

ପ୍ରାଣ ଠାରୁ ବଳି ଆପଣାର ଥିଲ

     କାହିଁ ହୋଇଗଲ ଅଜଣା,

ଜୀବ ଗଲାବେଳେ ଏତିକି ମାଗଇ

    ଉଣା କରନାହିଁ ତା'ର ପାଉଣା।

ନ ହେଲେ ନାହିଁ ସେ ସଜମଲ୍ଲୀ ଫୁଲ

    ନ କର ଝରାସେଫାଳୀ,

ମଧୁରୁ ଭ୍ରମର ମଧୁ ନେଉ ପଛେ

    ଆପଣାର କର ତା'ର ଅଳି।

ଶିମିଳି ଗଛର ଫୁଲ ଭଳି ତାକୁ

    କର ନି ପାଖୁଡ଼ା ପାଖୁଡା,

ଦେହଟାକୁ ଆଉ ଝୁଣି ଝୁଣି ତା'ର 

    କର ନି ଆମ୍ପୁଡା କାମୁଡା ।

କି ବା ଶୁଣି ନାହଁ ତପନ ପାଇଁକି

  ପଦ୍ମ ପାଏ କେତେ ଯାତନା,

ଯେତେ ବି ଯାତନା ପାଉଥାଉ ପଛେ

    ସରୋଜ ଯେ ହୁଏ ଆନମନା।

ଧନ୍ୟ ତୁମେ ଧନ୍ୟ ଧନ୍ୟ ତା ଜୀବନ

    ନ ପାରଇ ଭାଷି କିଛି,

ତା ସାଥେ କି ତୁମେ ଯାହା କର ପଛେ

     ଦୁନିଆଁ ନ କହୁ ଛି ଛି।

ଯୁଗ ଯୁଗ ଧରି ରହିଥାଉ ସିଏ

   ହୋଇଣ ଅହଲ୍ୟା ପଥର,

କୃଷ୍ଣ ମନ ନେଇ ଥରେ ଦେଲେ ଛୁଇଁ

    ସତେ ହୋଇବ ସେ ଉଦ୍ଧାର ।

    ନିଶ୍ଚେ ହୋଇବ ସେ ଉଦ୍ଧାର।

       ପ୍ରଣତି ମହାପାତ୍ର

         ବାଲେଶ୍ୱର।


Rate this content
Log in