STORYMIRROR

Anam Charan Sahoo

Others

5.0  

Anam Charan Sahoo

Others

ସତ ଦେବୀ

ସତ ଦେବୀ

1 min
532


ମୁଁ ଦେଖିନି ସତ ଦେବୀ

ଏ ଜୀବନେ ମୋର

ହେଲେ ଜାଣେ ମାଆ ଦିଏ

ସେନେହ ଆଦର।

କାଖ କରେ କୋଳେ ଧରେ

ଦିଏ ସ୍ତନୁ କ୍ଷୀର

ଉପାସରେ ଓଷା କରେ

ଅଳି ସହେ ମୋର।

ବାଣୀ ତା'ର କି ମଧୁର

ସତେବା ଅମୃତ

ଆଶୀର୍ବାଦ କାଟେ ରିଷ୍ଟ

ମୋ ପାଇଁ ତ ସତ।

ତା ପାଇଁ ପ୍ରତିଟି ନିଶି

ଅଟଇ ଜାଗର

ପାଶେ ବସେ ସେବା କରେ

କିଛି ହେଲେ ମୋର।

ମୋ ଜୀବନ ତା ପରାଣ

ପଣତ ମୋ ଛାତ

ଅଦୃଶ୍ଯରେ ମୋ ମଥାରେ

ରହିଛି ତା ହାତ।

ମୋ ପ୍ରଶ୍ବାସ ତା ବିଶ୍ବାସ

ଶୋଣିତ ତାହାର

ଭକତିରେ ଦୀନ ବନ୍ଦେ

ତା ବେନି ପୟର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍