ସୃଷ୍ଟିରେ ବନ୍ଧୁତା
ସୃଷ୍ଟିରେ ବନ୍ଧୁତା
କ୍ଷୀର ସରୋବରେ ଶୋଇଣ କମଳାକାନ୍ତ
ବ୍ରହ୍ମାଣ୍ଡ ମଧ୍ଯେ ନୀହାରିକା କରିଲ ଜାତ।।
ନୀହାରିକା ମଧ୍ଯରେ ପୁଣି ଆକାଶଗଙ୍ଗା
ତା'ମଧ୍ଯେ ସୌର ପରିବାର ବାହିଲେ ଡଙ୍ଗା।।
ଦିନମଣୀ ଘରେ ଜନ୍ମିଲେ ଧରଣୀରାଣୀ
ଶ୍ରୀନୀବାସ ହସ୍ତେ ତା' ମୃଗାଙ୍କ ଦେଲେ ଆଣି।।
ପୂର୍ଣ୍ଣିମାରେ ଶୁଭସ୍ମିତା ସାଜେ ଜୋତ୍ସ୍ନାରାଣୀ
ହେମଲତା ଭ୍ରମ ପତ୍ରରେ ଶିଶିର ପାଣି।।
ନଭେ ପ୍ରିୟଙ୍କା, ଶୁଭେନ୍ଦୁ ହୁଏ ପ୍ରିୟଦର୍ଶିନୀ
ପ୍ରୀତି ପ୍ରଣୟରେ ଏହାତ ଢାଳେ ଚାନ୍ଦିନୀ।।
ସମୟ ରଥେ ଭାସ୍କର ସାଜେ ସାରଥି
ଅଂଶୁମାଳି ଆଗମନେ ଦୂରେ ଯାଏ ରାତି।।
ତପନ ଆଲୋକ ପାଇ ମହୀ ଆଲୋକିତ
ପ୍ରଭାତେ ସବିତା ପ୍ରକାଶ ତମ ସମାପ୍ତି।।
ସରସୀ ଦିଶେ ଚିନ୍ମୟୀ ଆହାକି ସୁନ୍ଦର
କମଳେ ପୁସ୍ପିତା ଯେଣୁ ପୁରିତ ତା'ନୀର।।
ତା'ପରେ ପଡଇ ଯେବେ ପୂର୍ଣ୍ଣିମା ଚାନ୍ଦିନୀ
ପ୍ରତିତ ହୁଏ ସରସୀ ଯେହ୍ନେ କ୍ଷୀରୋଜିନି।।
ଶୁସାନ୍ତ ସର ନୀରେ ଦେଖି ରାଜୀବ କାନ୍ତି
ଆନନ୍ଦିତା ହର୍ସିତା ପଦ୍ମାବତୀ ହୁଅନ୍ତି।।
ଲକ୍ଷ୍ମୀପ୍ରିୟା ଆଶୀର୍ବାଦରେ ପୁରେ ଏ କ୍ଷିତି
ସନ୍ତୋଷ ଚିତ୍ତେ ସବୁ ଜୀବ ବାସ କରନ୍ତି।।
ନର ଓ ନାରୀ ରବିଙ୍କୁ କରନ୍ତି ପ୍ରାର୍ଥନା
ବିଶ୍ୱାସ ଭାନୁ ପୂର୍ଣ୍ଣକରେ ମନସ୍କାମନା।।
ଦିନ ବଢିଲେ ବଢେ ଦିନମଣୀ ଚମକ
ଭାନୁ ରୁଦ୍ର ଲାଘବ କରିଥାଏ ଚିନୂକ।।
ବସୁନ୍ଧରା ତନୁରେ ରୋମ୍ଯାପ୍ରିୟା ରମନ୍ତି
ମହୀମଣ୍ଡଳେ ତାଙ୍କ ଆଶୀର୍ବାଦ ଢାଳନ୍ତି।।
ପୁରୁଷ ପ୍ରକୃତି ମିଳନେ ସୃଷ୍ଟି ଏ ସଂସାର
ସ୍ୱାର୍ଥପର ଲୋକ ନାଶ କରେ ସୃଷ୍ଟିର।।
ବିଶ୍ୱଜିତ ବିଶ୍ୱରଞ୍ଜନ ହୋଏ ସେ ନର
କାଳିଆ ନାମଟି କରେ ଯେ ମନେ ସୁମର।।
ଲକ୍ଷ୍ମୀଧର ପାଦପଦ୍ମରେ ମଥାକୁ ଥୋଇ
କାର୍ଯ୍ଯ କରିବୁ ବିଶ୍ୱ ହିତ ସାଧିବା ପାଇଁ।।
ମିଥ୍ଯା ଠାରୁ ନିଶ୍ଚିତ ସତ୍ଯ ଜିତିବ ଭାଇ
ମୁକ୍ତିର ପଥଟି ଦିନେ ସେ ଦେବ ଫିଟାଇ।।
ସେହି ହୁଏ ପୂଜିତ ଯିଏ ପୂଜାର ଯୋଗ୍ଯ
ବୁଝିବ କାହୁଁ ଏ କଥା ଯେ' ଅଟେ ଅଯୋଗ୍ଯ।।
ପ୍ରେମପୂର୍ଣ୍ଣ ବନ୍ଧୁତା ଜୀବନର ସୁବ୍ରତ
ନିଶ୍ଚିତ କରିବ ଅଜୟ ସାଫଲ୍ଯ ମିତ।।
ଚିରନ୍ତନ ବନ୍ଧୁତା ଅଟେ ମୋହର ଲିପ୍ସା
କା'ଠାରୁ ନକମୁ କେବେହେଁ ଲବେ ଭରଷା।।
ସମୟର ଯେଉଁ କ୍ଷଣ ସବୁ ଯାଏ ବିତି
କିଛି ହୁଏ ଇତିହାସ କିଛି ହୁଏ ସ୍ମୃତି।।
ବନ୍ଧୁତା ବର୍ଣ୍ଣିବା ପାଇଁ ନାହିଁ ମୋର ଶକ୍ତି
କବିତା ଲେଖାର କିପରି ହୋଇବ ଇତି?
ଶେଷରେ କରଇ ଅଳି ମୁଁ ପ୍ରିୟରଞ୍ଜନ
ସୀମିତ ଭଣ୍ଡାର ଅଟଇ ମୋହର ଜ୍ଞାନ।।
ଦୋଶ ତ୍ରୁଟି ମୋର କରିବ କ୍ଷମାହେ ଜନ
ପ୍ରଶାନ୍ତ ଚିତ୍ତେ ଧରି ଏକ ବିଶାଳ ମନ।।
