ସୃଷ୍ଟି ଯେ ବଡ଼ ବିଚିତ୍ର
ସୃଷ୍ଟି ଯେ ବଡ଼ ବିଚିତ୍ର
ଲୋଭ, ମୋହ, ମାୟା ଗ୍ରାସ
କରିଲେ ମନରେ
ନରହିବ ସତ୍ୟ ଶାଶ୍ବତର ଚିହ୍ନ
ତ ସଂପର୍କରେ ।।
ସ୍ବାର୍ଥ ରେ ଲୟ ଥିବା ସବୁ ପ୍ରକାର
ସଂପର୍କରେ
ଅନୁଭବ ହୁଏ, ସାହାଯ୍ୟ ମିଳିବନି
ତ ବିପଦ କାଳରେ ।।
ଐଶ୍ଚର୍ଯ୍ୟରେ ଥାଇ ଯିଏ ତ ଗରବ
କରିଥାଏ ଧନର
ଅଢେଇ ଦିନର ଜୀବନେ ବଡେଇ
ହେବାଟା ଖାଲି ସାର ।।
ବ୍ୟବସାୟୀଙ୍କ ମଧ୍ୟରେ ଅଳ୍ପ ଲୋକ
ପାଇବା ସତ୍ୟ ଜନ
ଓଁ ଶୁଭମ୍ ଲାଭ, ଏ ଉକ୍ତିର ପ୍ରଭାବ,
ଏହାର ତ କାରଣ ।।
ଦେଖିବ ଯେତେକ ସାହସୀ ଉଦାର
ଜ୍ଞାନୀ ଗୁଣଵାନ
ସେହି ଗରବ ବିହୀନ ମହତ ଜନର
ସର୍ବଦା ଥାଏ ନତ ବଦନ ।।
ସାଧୁତା ଓ ଅସାଧୁତା, ସୃଷ୍ଟି ମଧ୍ୟେ
କେତେ ଯେ ଚରିତ୍ର
ପରୋପକାରୀ ଓ ହିଂସୄକ ଜନଗଣ,
ସୃଷ୍ଟି ଯେ ବଡ଼ ବିଚିତ୍ର ।।