ସରଳ ଭାବନା, ଯନ୍ତ୍ରଣା ଦୂର
ସରଳ ଭାବନା, ଯନ୍ତ୍ରଣା ଦୂର
ସୃଷ୍ଟି ମଧ୍ଯେ ଶ୍ରେଷ୍ଠ ତ ମାନବ,
ତାହାର ଗୁଣ ଉତ୍କୃଷ୍ଠ
ଘୃଣା ଭେଦ ଭାବ ଭାବନା ତ
ଅଟେ ଅତି ନିକୃଷ୍ଟ ।
କେହି ନୁହେଁ ବଡ଼ ଅବା କେହି
ନୁହେଁ ପରା ସାନ
ସୃଷ୍ଟିରେ ମାନବ ଜୀବନ ଅଟେ
ବହୁ ମୂଲ୍ଯବାନ ।
ଆଜି ବଡ ଧନୀ ମାନୀ ଥିବ,
ତାହା କାଲିକୁ ନଥିବ
ଛୋଟ ବଡ଼ ଭାବନା ଅନୀତି, ତାକୁ
କିଆଁ ପ୍ରଶ୍ରୟଦେବ ।
ସଂସାରରୂପୀ ରଙ୍ଗମଞ୍ଚେ, ସରବେ
ଜଣେ ଜଣେ କଳାକାର
ନିଜ ଅଭିନୟ ସାରି ବିଦାୟ ଦିନେ,
ପ୍ରତୀକ୍ଷା ସମୟର ।
ଏକୁଟିଆ ଶୂନ୍ୟତାରେ ଛାପି ହୋଇ
ଯାଏ କିଛି ସ୍ମୃତି
ଭୋଗ ହୁଏ ଯନ୍ତ୍ରଣା, ଜର୍ଜରିତ କରି
ଦିଏ ମଣିଷ ତନୁ ମତି ।
ଜୀଵନରେ ଦେଵାକୁ ହୁଏ ମଣିଷକୁ
ଅନେକ ପରୀକ୍ଷା
ଵିଫଳରୁ ପାଏ ସେହି ମଣିଷ କେତେ
କେତେ ଶିକ୍ଷା ।
ସହଜ ନୁହେଁ, ସଂସାର ତ କଣ୍ଟକିତ
ଅବା କର୍ଦ୍ଦମାକ୍ତ ପଥ
ହାରଜିତ୍ ଅଛି, ଵାହିବାକୁ ପଡିବ
ସର୍ବଦା ଏ ଜୀବନ ରଥ ।
ସୃଷ୍ଟିରେ ଦେଖ, ଫଳ ଭରା ହେଲେ
ଗଛ ଆପେ ନଇଁ ଯାଏ
ସେହିପରି ଗୁଣୀ ଜ୍ଞାନୀ ଭଦ୍ର ମନୁଷ୍ୟ
ସଦା ନମ୍ର ରହି ଥାଏ ।
ବୃକ୍ଷ ଶୁଷ୍କ ହେଲେ ସଳଖ ରୁହନ୍ତି
ନଅଁନ୍ତିନି କଦାଚନ
ସେଭଳି ମାନବ ମୁର୍ଖତାରେ ଗର୍ବେ
ଭୁଲି ଯାଏ ଜ୍ଞାନ ।
ଦେଖାଇବା କାହିଁକି ଦମ୍ଭ ଭାବ ତାହାତ
ଚିରସ୍ଥାୟୀ ନୁହେଁ
ସରଳ ଭାବନା ଭଦ୍ର ଶୃଙ୍ଖଳିତ ସ୍ଵଭାବ
ଯନ୍ତ୍ରଣା ଦୂର କରିଥାଏ ।
