STORYMIRROR

Shanti Mishra

Others

3  

Shanti Mishra

Others

ସରି ସରି ଯାଏ ସମୟ

ସରି ସରି ଯାଏ ସମୟ

1 min
14K


ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା


କହିବାକୁ ଅଛି ଅନେକ କଥା , ଶୁଣିବକି ନାହିଁ ତୁମେ କୁହନା |

ବୁଝେଇବକୁ ଶବ୍ଦ ଖୋଜି ବୁଲେ, ବୁଝିବକି ନାହିଁ ମୁଁ ତ ଜାଣେନା ||

ଅପେକ୍ଷାରେ ସରି ସରି ଯାଉଅଛି, ମନର ମୋର ସବୁ ସରାଗ |

ଥରେ ଚାଲିଗଲେ, ସମୟ ହାତରୁ, ଫେରିବନି ସେ କେବେ ଜାଣତ ||


କହିଦେଲେ ତୁମେ !, ପକ୍ଷୀଟିଏ ହୋଇଯିବାକୁ, ମୋର ଆପତ୍ତି ନାହିଁ |

ଯଦି ରଖି ପଂଜୁରିରେ, ନିଜ ହାତେ ଦିଅନ୍ତ, ନିତି ଦାନା ଖୁଆଇ ||

ସୁଖ ଦୁଖ, ହସ ଖୁସି ନିତି ବାଣ୍ଟନ୍ତ ,ମୋର ପାଖେରେ ଆସି ବସି |

ପୋଷା ମାନି ଯାଇ ଅଚିରେ, ଥନ୍ଟେ ଖୁମ୍ପି ହାତ ତୁମ ଯାଆନ୍ତି ଚୁମି ||


କହିଦେଲେ ତୁମେ !, ନଈ ହୋଇ, ବହି ଯାଆନ୍ତି ତୁମ ଗାଆଁ ପାଖରେ |

ଆସନ୍ତ ନିତି ଗାଧୋଇ, ଏକୁଟିଆ ନିଛାଟିଆ, ଖରା ବେଳ ଟାରେ ||

ପରଶେ ତୁମ ଶିହରି ଉଠନ୍ତି, ଢେଉ ପରେ କେତେ, ଢେଉ ଖେଳାଇ |

ପହଂରି ଯାଆନ୍ତ ଏ କୁଳୁ ସେ କୁଳ, ବାହୁରେ ତୁମ ମତେ ଜଡାଇ ||


କହିଦେଲେ ତୁମେ !, ହୋଇ ଯାଆନ୍ତି, ନିଳ ଆକାଶର ପୁନେଇଁ ଜହ୍ନ

ଛାତ ପରେ ବସି ଦେଖନ୍ତ, ଅସ୍ତ ହେବାକୁ ମୋର, ନାହିଁ ହୁଅନ୍ତା ମନ

ଗାଉଥାନ୍ତ ଗୀତ ଗୁଣୁ ଗୁଣୁ ହୋଇ, କିଛି ତ ମିଠା ମିଠା ସ୍ବରରେ

ବାଦଲ ଉହାଡୁ ଦେଖୁଥାନ୍ତି ଲୁଚି, ମିଶୁ ଥାନ୍ତା ଆଖି ତୁମ ଆଖିରେ


କହିଦେଲେ ତୁମେ !, ବଗିଚାରେ ତୁମ, ଫୁଟନ୍ତି ହୋଇ ଗୋଲପ ଫୁଲ

ପାଣି ଦେବା ବାହାନାରେ, ଆସି ଛୁଇଁ ଯାଉଥାନ୍ତ, ମତେ ଥରକୁ ଥର

ଖୋସାରେ ଖୋସି, ଦର୍ପଣ ଆଗରେ ଦେଖନ୍ତ ନିଜକୁ ହୋଇ ବିଭୋର

ମିଳନର ସେଇ ମୁହୂର୍ତ୍ତ, ରହି ଯାଆନ୍ତା ସେଇଠି ହୋଇ ସ୍ଥବିର



************************


Rate this content
Log in