STORYMIRROR

Debadatta Jena

Children Stories Classics Inspirational

4  

Debadatta Jena

Children Stories Classics Inspirational

ସର୍ବଂସହା..

ସର୍ବଂସହା..

1 min
224

ତା'ଆ'ପଦରେ ଯା'ମଧୁରତା ଅଛି,

କାହା ଆଶ୍ୱାସନାରେ ତା'କାହିଁ,

ତା ଆ'ଡାକରେ ପା'ସରସତା ଅଛି,

କାହା ସାହା ପଦରେ ତା ନାହିଁ,

ସେ ଆହା ଓ ସାହା ମନ୍ତ୍ର ଧାରିଣୀ,

ଆଃ ପଦରେ ତା ମନ୍ତ୍ର ସିଦ୍ଧି ପ୍ରାପ୍ତି,

ମାଆ,ସର୍ବଂସହା ସେ ଜନନୀ..!

ତା'ଆ ଧନ ମଣି ଡାକରେ ଯା ଅଛି,

କା ସମ୍ବୋଧନରେ ତା କାହିଁ,

ତା'ଧନ ଶଙ୍ଖାଳି ବୋଲିରେ ଯା ଅଛି,

କେଉଁ ମିଠା ଭାଷାରେ ତା'ନାହିଁ,

ସେ ପରା ସ୍ନେହ କାଙ୍ଗାଳୁଣି,

ସିନେହ ଶରଧା ମୂର୍ତ୍ତିମନ୍ତ ରାଣୀ,

ମାଆ,ସ୍ନେହମୟୀ ବାୟାଣୀ..!

ତା ହାତ ପରଶେ ଯେଉଁ ଯାଦୁ ଅଛି,

କେଉଁ କୋମଳ ପରଶେ କାହିଁ,

ତା'ବାତ୍ସଲ୍ୟ ଝୋଲିରେ ମଧୁ ଝରୁଅଛି,

କା'ପ୍ରେମ ପସରାରେ ତା ନାହିଁ,

ସେ ପରା ପ୍ରେମ ପାଗେଳୀ,

ସସାଗରା ଏଇ ସଂସାର ଭିତରେ 

ସେ ମାଆ,ସ୍ନେହ ସ୍ୱରୂପିଣୀ..!

ତା'କୋଳ ଝୁଲଣାରେ ମାଦକତା ଅଛି

କେଉଁ ସୁନା ଫରୁଆରେ କାହିଁ,

ତା'ହୃଦ ମନ୍ଦିରରେ ପରା ଦେବତ୍ୱ ଅଛି,

କେଉଁ ଦିଅଁ ଦେବତାରେ ନାହିଁ,

ସେ ପରା ସ୍ୱୟଂ ଶକ୍ତି ସ୍ୱରୂପିଣୀ,

ଏ ସାରା ସଂସାରେ ସୃଷ୍ଟି କର୍ତ୍ରୀ ସିଏ

ସେ ଆମ ସର୍ବଂସହା ଜନନୀ..!

ମାଆ, ଡାକରେ ସେ ବୋହି ନିଏ,

ଆହା, ପଦରେ ସେ ମୋହି ଦିଏ,

ତା'ଦେହ ଧୂଳିରେ ମମତା ମୁଲକେ,

ତା'ପାଦେ ବିଶ୍ୱ ବ୍ରହ୍ମାଣ୍ଡ ମହକେ,

ସେ ମାଆ, ନ କହି ଵି ଶୁଣି ପାରେ,

ସେ ସହା, ନ ମାଗି ଵି ସେ ସହା ହୁଏ,

ସେ ମା,ସର୍ବଂସହା ଜଗତ୍ଜନନୀ ଯିଏ..! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍