STORYMIRROR

Snigdha Nayak

Others

3  

Snigdha Nayak

Others

ସରାଟ୍

ସରାଟ୍

1 min
320

ମୂଷଳ ଶ୍ରାବଣ ଧାରା ପର ବିରତି

'ସରାଟ୍'....'ସରାଟ୍'......ଶବ୍ଦ ଗହଣେ 

ଖୋଜେ କିଏ ? ସେ ପାର୍ଥକ୍ୟ ଏଠି ଆଜି

ମାପେ ନେଇ ତରାଜୁ କାଲି ଆଉ ଆଜିକୁ

ଅନେକଟା ପାର୍ଥକ୍ୟର ଏ ଭାଗଫଳ

କରେ ଯେବେ ସେ ସମ୍ପର୍କର....

ମିଶାଣ, ଫେଡ଼ାଣ ଆଉ ହରଣ ,ଗୁଣନ ର.....।।


ଝଙ୍କାଳିଆ ଗଛର ଟୁପ୍ ଟାପ୍ ବୁନ୍ଦାରେ

ଅଧା ଛିଟା ବାଲକୋନିରେ

ତୁହାକୁ ତୁହା ଶୀତଳ ମୃଦୁ ସଲିଲରେ

କାକର ବୁନ୍ଦାର ଛିଟାରେ

ଅର୍ଦ୍ଧନଗ୍ନ ଶରୀର ସାଙ୍ଗକୁ

ଲୋମ ଟାଙ୍କୁରା କୁଂଚୁକୁଞ୍ଚିଆ ହାତରେ କପେ 'ଚା'........।।


କମ୍ପୁଥିବା ଶରୀର ର ଥରା ହସ୍ତେ

ଓହଳି ପଡିଥିବା ଓଠେ

'ସରାଟ୍ ' କରି ଅଳ୍ପକେ ଢୋକେ...

ସମ୍ପୂର୍ଣ୍ଣ ସ୍ବାଦ ଚାଖିନିଏ ପୋଡା ଓଠରୁ

ବାରମ୍ବାର ଜିହ୍ୱ। ସ୍ପର୍ଶ ରେ.........।।


ବାଲ୍କୋନି ରୁ ଅନେଇଛି ରଙ୍ଗୀନ ଯୋଡି ଗୁଡିକୁ

ଅର୍ଧ୍ ଢଙ୍କା ଭୃଲତା ତଳୁ ମେଲାଇ ପଲକ ଯୁଗଳକୁ 

କୋରଡ଼ ଭିତର ର ମିଞ୍ଜି ମିଞ୍ଜିଆ ଚକ୍ଷୁ ର ମାପକାଠି ରେ

ମାପି ଚାଲିଛି ସେବର ଓ ଏବର ପରିସ୍ଥିତି

କିଛିଟା ଅର୍ଧ୍ ମପା ସ୍ଥିତି 

ଆଉ କିଛିଟା ହଜିଯାଇଥିବା ସ୍ଥିତି କୁ ନେଇ........।।


କେତେ ରଙ୍ଗ ବିରଙ୍ଗ ସାଧବ ପୁଅ, ବହୁ

ହାତକୁ ହାତ ଛନ୍ଦା

ଖାଲି ଦେହ ବସନେ...

କାହିଁ ଯେ ସେ ଦିବ୍ୟସତ୍ତା ପ୍ରେମସଂଜ୍ଞା..............।।


ଠୋ'...ଠୋ'...ହୋଇ ହସିଉଠେ

ପୁଣି 'ସରାଟ' ...କରି ଢୋକେ

ପବନ ରେ ବରଗଛରୁ ଛିଟିକି ପଡୁଥିବା

ବୁନ୍ଦା ଗୁଡିକୁ ଗାଲର ଗର୍ତରୁ ପୋଛି

ଯୋଡି ଦେଖୁଥାଏ ସମ୍ପର୍କ ଗୁଡିକୁ ବାମ୍ପ ଆଢ଼ୁଆଳରେ.....।।


ଖୋଜେ ଫରକ ଏ ସାଧବ ବୋହୂ

ଆଉ ତା' ସାଧବ ବୋହୂର

ଲୁଚିଯାଏ ତା' ଭାଗଫଳ ସବୁ 

ଚାଲିଯାଏ ତା'ଅତୀତରେ

'ସରାଟ'....ଶବ୍ଦ ଗହଣରେ......।।


ମନ ଚାହୁଁଥାଏ ...."ମଧୁଛନ୍ଦା"

ଆସିଲା ହୁକୁମ ...."ନିଶିଗନ୍ଧା"

ସାଧବ ପୁଅକୁ ବା' ସାଧବ ଝିଅ ଲୋଡ଼ା

ନିଶିଗନ୍ଧା ଗଳାରେ ଝୁଲିଲା ବରମାଳା

ବରଗଛ ଜଟା ଓହଳ ଭାଗ୍ୟକୁ ମଧୁଛନ୍ଦା ର ଗଳା

ଚିରଦିନ ନିଶିଗନ୍ଧା ଏ ହୃଦୟେ ବିରାଜିଲା ......।।


ଦେଖି ଭାବୁଥାଏ ପାର୍କ ର ହଳ ହଳ ଯୋଡିକୁ

ଏଠି ...ଆଜି ମଧୁଛନ୍ଦା ତ କାଲି ନିଶିଗନ୍ଧା

ସମ୍ପର୍କ ଯେ କେବଳ ନାମକୁ ବନ୍ଧା

ନା' ସେ ଓଦ।ଳିଆ ମୃତ୍ତିକା ନା' ଲ।ଜକୁଳି ସାଧବବୋହୁ

ରଙ୍ଗ ବଦଳି ବେରଙ୍ଗ ହେଲାଣି ଏଠି ପ୍ରେମଲହୁ......।।


ପୁଣି ଠୋ'...ଠୋ'....ହୋଇ ଦାନ୍ତ ନିଗିଡ଼ି ଚାଲେ

ସରାଟ୍ ...ସରାଟ୍.. କରି ଭାବନାରେ ବହିଯାଏ

ଖୋଜୁଥିବା ପ୍ରଶ୍ନର ଉତ୍ତର ଲୁଚେ ହୋଇ ପ୍ରଶ୍ନବାଚୀ

ଅଧାଭଙ୍ଗା ବାଡ଼ ର ...ଓହଳ। ଓଠରେ...

ମନେ ମନେ ଭାବିନିଏ

ତା'ସାଉଁଟା ସପନ ଅନନ୍ତ ସୀମାହିନ ଆବେଗ ଧାରା

ଆଉ ଏଠି ହଜିଯାଇଛି ନିଷ୍ପାପ ପ୍ରେମର ଶବ୍ଦମାଳା

ରହି ଯାଇଛି ସବୁ ଆବେଗ ଦେହବସନେ

ଆଉ ନିସ୍ଵାର୍ଥ ପ୍ରେମ ଯେ .....ଶ୍ମଶାନେ.....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍