ସ୍ପର୍ଶ
ସ୍ପର୍ଶ

1 min

212
ଫଗୁଣରେ ରଙ୍ଗ ଲାଗେ
ଆକାଶ କେବେ ଗୁମୁରି ଯାଏ
ଝଡ଼ ଆସେ
ଋତୁ ଫେରେ
ସମୟ ତା ବାଟରେ ଚାଲୁଥାଏ।
ଶ୍ରାବଣ ଆସେ,
ମାଟିକୁ ଭିଜାଏ ବର୍ଷା ,
ତା ଓଦାପଣରେ ମହକେ ପୃଥିବୀ,
ଫିଟିଯାଏ ବତୁରା ସ୍ବପ୍ନ ,
ସବୁଜ ସୁନ୍ଦର ଲାଗେ
ଜଡ ଠୁ ଜୀବ।
ଆକାଶ ଆଉ ଟିକେ ଚଉଡା ହୋଇ ଚାହିଁ ରହେ ,
ଖୋଜୁଥାଏ ପ୍ରତିବିମ୍ବ
ମାଟି ଆଉ ଆକାଶର
ମଝି ଦରିଆରେ ।