STORYMIRROR

Apalata Aruk

Others

3  

Apalata Aruk

Others

ସପନରେ କାଲି

ସପନରେ କାଲି

1 min
140


ସପନରେ କାଲି ସ୍ୱୟଂ ବୀଣାପାଣି

ଉଭାହେଲେ ପାଶେ ମୋର,

ଗୁହାରୀ କଲି ମୁଁ ହେ କବି-ଜନନୀ

ଦିଅ ଶବ୍ଦର ଭଣ୍ଡାର ।

ତୁମ କୃପା ବଳେ ରଚିବି ଜନନୀ ସହସ୍ର କାବ୍ୟ କବିତା,

ସରବେ କରିବେ ମୋ କୀର୍ତ୍ତି କୀର୍ତ୍ତନ

ହେବି ମୁଁ ଜଗତଜିତା।

ସାଦରେ ଜନନୀ କହିଲେ ଧନରେ

ତୁ କିଆଁ ଏତେ ଆତୁର,

ଦିନକୁ ହଜାରେ କବିତା ଲେଖିଲେ

ବଢିବକି ଯଶ ତୋର ?

ଜୀବନ କାଳରେ ଲେଖିବୁ ପଛକେ

ଗୋଟିଏ କବିତା ତୁହି,

ଶୁଦ୍ଧ ହୋଇଥିବ ଭାବ ଝରୁଥିବ

ମନ ନେଉଥିବ ମୋହି।

କେଉଁ ବର୍ଣ୍ଣଗୋଟି ଲାଗିବ କେଉଁଠି

ତାକୁ ରଖିଥିବୁ ଧ୍ୟାନ,

ମାତ୍ରା ଫଳା ଥିବ ଠିକଣା ଜାଗାରେ ଥିବ ଯୁକ୍ତାକ୍ଷର ଜ୍ଞାନ ।

ବିରାମ ଚିହ୍ନର ଥିବଟି ଗୁରୁତ୍ୱ

ଥିବ ଅଳଙ୍କାରମାନ,

ସମାଜର ହିତ ସାଧନ ପାଇଁକି

ଥିବଟି ସୂକ୍ଷ୍ମ ଚିନ୍ତନ ।

ତେବେ ସିନା ଧନ ହୋଇବୁ ତୁହିରେ

କବିକୁଳ ଶିରୋମଣି,

କଲେ ତୁ ସାଧନା କରିବି କରୁଣା

ମୁହିଁ ବିଦ୍ୟା ପ୍ରଦାୟିନୀ ।

ନିଦ ମୋ ଭାଙ୍ଗିଲା ଚେତନା ପଶିଲା

କବିତ୍ୱ ଜାଗିଲା ଧୀରେ,

ମାତାଙ୍କ ଚରଣେ ମଥାନତ କରି

ଲେଖନୀ ଧରିଲି କରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍