Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

1.0  

Sadananda Sahoo

Others

ସପନର ରାଣୀ

ସପନର ରାଣୀ

2 mins
4.1K



ସପନର ରାଣୀ ହୃଦୟ ସଙ୍ଗିନୀ

ନିଶାର୍ଦ୍ଧ ରାତିରେ ଆସେ ,

ସରାଗ ମନରେ ପ୍ରୀତିନୀର ଢାଳେ

ମନ ଭାବନାରେ ଭାସେ ! !


ସପନ ନାୟୀକା ସ୍ମୃ୍ତି ଅନାମିକା

ଠିକଣା ଅଜଣା ମୋତେ ,

ହୃଦୟ ଭିତରେ ରହିଛି ସତରେ

ଭଲପାଏ ମୁଁ'ଯେ କେତେ ! !


ସ୍ଵପ୍ନ ବିଭୁଷିତ ମନ ପ୍ରାଣ ଚିତ୍ତ

ପ୍ରେମ ଛବି ଆଙ୍କେ ନିତି ,

ପ୍ରେମ ଫଗୁରଙ୍ଗ ସାଜିଛି ମୋ' ସଙ୍ଗ

ଉଦ୍ଭାସିତ ହୁଏ ସ୍ମୃ୍ତି ! !


ସପନ ନିଦରେ ମନ ହଜିଯାଏ

ପ୍ରେମ ପରଶରେ ଭିଜି ,

କାହିଁକି କେଜାଣି ଏମନ ବୁଝେନି

ଆଶଙ୍କାରେ ଉଠେ ଗର୍ଜି ! !


ଭିଜା ଭିଜା ସ୍ଵପ୍ନ ବିରହରେ ପୂର୍ଣ୍ଣ

ଏକଥା ଜାଣିଛି ପ୍ରେମୀ ,

ତଥାପି ଭୁଲେନି ସାଜେ ସ୍ଵପ୍ନ ସାଥୀ

ପ୍ରେମର ଉଦ୍ଦାମ କର୍ମୀ ! !


ପ୍ରେମରେ ସଦିଚ୍ଛା ମୋର ମନବାଞ୍ଛା

କେତେ ସତ କେତେ ମିଛ ,

ପ୍ରେମର କୁହୁକ ସପନର ମିତ

ଆହାକି ପବିତ୍ର ସ୍ଵଚ୍ଛ ! !


ହେ'ମନ ବାନ୍ଧବୀ ଆସିବକି ଜାଣି

ସ୍ଵଦେହରେ ଥରେ ପାଶେ ,

ପ୍ରୀତିର ସ୍ଵାକ୍ଷର ସୁହାଗ ସିନ୍ଦୁର

ସମର୍ପିବି ଅବକାଶେ ! !


ସପନ ସୁନ୍ଦରୀ ଭୁଲିତ ଯିବନି

ରହିଲା ମୋ' ପ୍ରେମ ରାଣ ,

ବାସ୍ତବେ ନହେଲେ ସପନ ମହଲେ

ରଖିବ ମୋ ' ପ୍ରେମ ପଣ ! !


ଭଲ ପାଇବାର ସ୍ଵପ୍ନ ଗନ୍ତାଘର

ପୁଷ୍ପେ ବିମଣ୍ଡିତ ସତ ,

ଆସପ୍ରିୟା ଧୀରେ ବଧୂବେଶେ ଥରେ

ପ୍ରତୀକ୍ଷାର ହେବ ଅନ୍ତ ! !


ସଦାନନ୍ଦ ସାହୁ ,

ଧୁରୁଷିଆ , ଆଠଗଡ , କଟକ ,

ଭ୍ରାମ୍ୟଭାଷ ସଂଖ୍ୟା - 9776184558


Rate this content
Log in