STORYMIRROR

Anam Charan Sahoo

Others

3  

Anam Charan Sahoo

Others

ସପନ ନାୟିକା

ସପନ ନାୟିକା

1 min
229

ଜୀବନେ ଦେଖିଛି ଅନେକ ସପନ

ସବୁ ହୋଇନାହିଁ ସତ

ସତ ଯେଉଁଗୋଟି ହୋଇଛି ସୁଜନେ

ସେଥିପାଇଁ ଏହି ଗୀତ।


ଗରିବ ଝିଅଟେ ହେଲେବି ଚଳିବ

ଧରିବି ଯାହାର ହାତ

ସୁନ୍ଦରୀ ସୁଶୀଳା ହୋଇଥିବ ଯଦି

କରିବି ଜୀବନ ମିତ

ଶିଖିଥିଲେ ଭଲ ଘରର ସଣ୍ଠଣା

ସେହି ଜୀବନର ବିତ୍ତ।


ଶାଶୁ ଶ୍ବଶୁରଙ୍କ କରୁଥିବ ସେବା

ନିଜ ପିତାମାତା ସମ

ସୁଖେ ଦୁଃଖେ ସିଏ ସାଥେ ମୋ ରହିବ

ହୃଦେ ଭରି ଥିବ ପ୍ରେମ

ଭୌତିକ ଧନଠୁ ବଡ଼ ସୁଖଦାୟୀ

ଶାନ୍ତ ରଖିଥାଏ ଚିତ୍ତ।


ସେହି ସପନ ମୋ କରିଛି ପୂରଣ

ଧରିଛି ଯିଏ ମୋ ହାତ

ହୃଦୟେ ମୋହର ରାଣୀ ଅଟେ ସିଏ

ହୁଏ ନିତି ପ୍ରେମ ଜାତ

ଜନମେ ଜନମେ ଗାଉଥାଉ ସଦା

ମୋ ପାଇଁ ପ୍ରେମର ଗୀତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍