STORYMIRROR

Bunee Tripathy

Others

3  

Bunee Tripathy

Others

ସଫଳତାର ସୁତ୍ର

ସଫଳତାର ସୁତ୍ର

1 min
203

ମରତ ମଣ୍ଡଳେ ଜନମିଛେ ଯେବେ

    କରିଯିବା କର୍ମ ଆମେ

ନିଜ କର୍ମ ଫଳ ଭୋଗିବା ପାଇଁତ

     ଲେଖିଛି ବିଧତା ନାମ।

କର୍ମ ଏକ ଅଟେ ଜୀବନର ଶ୍ରେଷ୍ଠ

    ଅଉ ସବୁତ ଅସାର

ଲକ୍ଷ୍ଯ ଭେଦି ବାଣ ମୀନର ଆଖିକୁ

     ଭେଦ କରଇ ତୁମର।

ସେହିଦିନ ତୁମେ ସଫଳତା ପାଅ

    ଜୀବନ ଅଟଇ ସାର

ଆଶାର ମିନାର  ଛୁଇଁଦେବ ଯେବେ

    ଖୁସିରେ ହେବ ପାଗଳ।

ଯେଉଁଦିନ ତୁମେ   ଛୁଇଁବ ଶିର୍ଷକୁ

     ସର୍ବେ କରିବେ ସଲାମ

ମନ ତଳେ ପରା   ଖୁସିର ଲହରୀ

      ବୋଲ ମାନିବନି ତୁମ।

ସଫଳ ହେବାର  ଆଶାରେ କେବେହେଁ

     ଭାଙ୍ଗିବନି କାହାମନ

ନିଜ ସ୍ବାର୍ଥପାଇଁ   ଅନ୍ଯକୁ କନ୍ଦାଇ

      କିଣିବନି କେବେ ଜହ୍ନ।

ଉଦିତ ସୂରୁଜ  ମୁରୁଜ ଢାଳିବ

      ଦେଖି ତୁମ ଜୟଯାତ୍ରା

ବିଜୟର ଧ୍ବଜା   ଉଡିବ ସେଦିନ

     ସଫଳ ହୋଇବ ଯାତ୍ରା।

ନିଜ ସଫଳତା   ଦେଖି ତୁମେ କେବେ

      ଗରବେ ଫୁଲିବ ନାହିଁ

କର୍ମ ଫଳ ତୁମ   ପାଇବା ପାଇଁକି

      କୁପଥକୁ ବାଛ ନାହିଁ।

ସଫଳରେ ତୁମେ   ବିଭୋର ହୁଅନି

     ଆହୁରି କେତେଯେ ବାକି

ବିଫଳରେ କେବେ   ହତାଶ ହୁଅନି

      ପଡିବନି କେବେ ଥକି।

କର୍ମର ମଣିଷ   କର୍ମ ଏକା ତାର

      ସଫଳର ଚାବିକାଠି

କର୍ମେ ହତାଦର କରେ ଯେଉଁ ନର

     ଜୀବନ ନରକ ସେଠି।

ଗର୍ବରେ ଫୁଲିଲେ    ସଫଳତା ତୁମ

     ନିମିଷକେ ହଜିଯିବ

ଶୂନ୍ଯ ହୋଇଯିବ  ତୁମ ହାତମୁଠା

     ରେତ ସବୁ ଗଡିଯିବ। 

ସମୟ ଅଟ୍ଇ   ବହୁ ମୂଲ୍ୟବାନ 

    ସଫଳତା ଅନ୍ୟନାମ

ତାକୁ ଯେ ବୁଝିଛି   ଜିତି ସେ ଯାଇଛି

     ରଖିଛି ଲେଖି ତା ନାମ। 

     


Rate this content
Log in