STORYMIRROR

subrat kumar jena

Others

4  

subrat kumar jena

Others

ସଫଳତା

ସଫଳତା

1 min
193



ସେଦିନ କେମିତି ସମସ୍ତେ ଖୁସି ହେଉଥିଲେ!

ପ୍ରଥମ କୁଆଁ କୁଆଁ ରାବରେ,

ସେ ଖୁସିର କଳନା,

କେବଳ ସେହିଁ କରିପାରେ,

ଯିଏ ନିଜର ସର୍ଜନାକୁ,

ମାଟିର ଜୀବନ୍ତ କାନଭାସ ଉପରେ ଦେଖି.

ଅନେକ ସ୍ୱପ୍ନ ହୁଏତ,

ସେଦିନ ଉଙ୍କି ମାରିଥିବ ଆଖି କୋଣରେ,

ଅନେକ ରାତି ମଧୁଝରା ହୋଇଥିବ,

ନୂଆ ସ୍ଵପ୍ନକୁ ନିଦର ଟୋକେଇରେ ସାଇତି ସାଇତି ।


ସଫଳତା ପାଉ ପାଉ ,

ସେଥିରୁ ଯେ ବଂଚିତ ହେବାକୁ ପଡିବ,

କିଏବା କାହିଁ ଏ ଦୁଃସ୍ୱପ୍ନ ଦେଖିବ,

କେତେ ଲହୁ ଲୁହର ମିଶ୍ରଣ ପରେ ପରେ,

ମିଳେ ଯଦି ସଫଳତାର ସ୍ୱାଦ,

ସେ ସ୍ୱାଦ ନିଆରା ଓ ବିରଳ,

ନହେଲେ ବିଚରା ଗୋବର ଗୋଟେଇ ଭାଗ୍ୟ ଯାହା,

ନିଜ ଭାଗ୍ୟର କୋକେଇ ନିଜକୁ ବୋହିବାକୁ ପଡେ,

ନାଁ ଶୁଭେ ରାମ ନାମ ନାଁ ଶୁଭେ ହରି ନାମ,

ଏ କଣ ଜୀବନର ବାସ୍ତବତା,

ନାଁ ଜୀବନର ବିମୁଖତା,

କିଏ ନାମ ଦିଏ ତାକୁ ନିଜ ମନମୁତାବକ ।


ହେଲେ କଷ୍ଟ ନକରି ସଫଳତା,

ଆଶା ହିଁ ନିରର୍ଥକ,

ତେବେ ଯଦି ପରିଶ୍ରମ ପରେ ,

ଅପହଞ୍ଚ ହୁଏ ଜୀବନେ ସଫଳତା,

ତେବେ ଏ ଭାଗ୍ୟ ଦୋଷ ଛଡା କିଛି ନୁହଁ ।।।



Rate this content
Log in