STORYMIRROR

Dharitri Das

Others

3  

Dharitri Das

Others

ସଫଳତା ମନ୍ତ୍ର

ସଫଳତା ମନ୍ତ୍ର

1 min
172


ତ୍ରେତୟା ଯୁଗରେ ରାମ ଅଵତାରେ

              ରାବଣ କରିଲା ସୀତାଙ୍କୁ ହରଣ।

ସେତୁ ବନ୍ଧ ବାନ୍ଧି ହନୁ ସଙ୍ଗେ ନେଇ

                ରାମ କରିଥିଲେ ତାହାର ନିଧନ।

ଶରାଘାତ ହୋଇ ପଡ଼ିଥିଲା ଯେବେ

                 ସେହି ମହାନ ପଣ୍ଡିତ ଦଶାନନ।

ଲକ୍ଷ୍ମଣଙ୍କୁ ରାଇ କହିଲେ ଶ୍ରୀରାମ

                  ଯାଇ କର କିଛି ଜ୍ଞାନ ଅରଜନ।

ଭାତୃଭକ୍ତ ରାବଣ ନିକଟକୁ ଯାଇ

                  ମୁଣ୍ଡ ପାଖେ ହୋଇଲା ଦଣ୍ଡାୟମାନ।

ମହାନ ପଣ୍ଡିତ ଲଙ୍କେଶ୍ୱର ରାବଣ

                   ଦେଲେନାହିଁ କିଛି ହେଲେ ବି ଜ୍ଞାନ।

ଫେରିଆସି କହିଥିଲେ ରାମଙ୍କ ପାଶେ

                    ଭାଇ କିଛି ବି ଜ୍ଞାନ ପାଇଲି ନାହିଁ।

ରାମ କହିଲେ ଜ୍ଞାନ ପାଇବାକୁ ହେଲେ

                  ମୁଣ୍ଡ ନୁହେଁ ଗୋଡ଼ ପାଖେ ବସ ଯାଇ।

ଏଥର ଲକ୍ଷ୍ମଣ ଯାଇ ଗୋଡ଼ ପାଖରେ

                     ବସି ପଡିବାରୁ ଦେଖି ତାଙ୍କ ମୁଖ।

ସହି ପାରିନଥିଲେ ଲଙ୍କାର ରାବଣ

                    ସଫଳତା ମନ୍ତ୍ର କହିଗଲେ ଦେଖ।

ଶିଖାଇଲେ ସିଏ ତିନି ଗୋଟି ମନ୍ତର

                    ପାଳିଲେ ତାହାକୁ ହୋଇବ ସଫଳ।

ପ୍ରଥମ ମନ୍ତ୍ରରେ କହିଗଲେ ସିଏ

                    ଶୁଭ କାର୍ଯ୍ୟ ଶୀଘ୍ର ନ କଲେ ବିଫଳ।

ଅର୍ଥାତ ଶୁଭ କାର୍ଯ୍ୟ ଯେତେ ଶୀଘ୍ର କରି

                     ଅଶୁଭକୁ ଯଥା ଶୀଘ୍ର ଦେବ ଟାଳି।

ଦ୍ୱିତୀୟ ମନ୍ତ୍ରରେ କହିଥିଲେ ପୁଣି

                   ଶତ୍ରୁକୁ ଛୋଟ ବୋଲି କେବେ ନ ଭାଳି।

ଅନ୍ୟକୁ ହୀନ ମନେ ନ କରିବା

                    ଥିଲା ଲଙ୍କେଶ୍ୱରଙ୍କ ତୃତୀୟ ମନ୍ତର।

ସଫଳତାର ଏହି ତିନୋଟି ମନ୍ତର

                     ମନ ମଧ୍ୟେ ସଦା କରିବ ବିଚାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍