STORYMIRROR

Ajit Kumar Raut

Others

3  

Ajit Kumar Raut

Others

ସଂଯୋଗ

ସଂଯୋଗ

1 min
322


ପ୍ରଭୁଙ୍କ ଭିଆଣ ଅପୂର୍ବ ସଂଯୋଗ

  କଟୁ ବଚନଟି ଏହୁ 

ବିନା ବସ୍ତ୍ରେ ଆସେ ଧରଣୀକୁ ଏହୁ

  ବିନାବସ୍ତ୍ରେ ଯାଏ ଏହୁ।


ଜନ୍ମମୃତ୍ୟୁ ଅଟେ ମନୁଷ୍ୟ ଜୀବନ

  ପ୍ରଭୁ ରଚନାଟି ଏହୁ 

ସମୟ ସଂଯୋଗେ ଜନମ ତାହାର

  ଧରଣୀରେ ଆସେ ଏହୁ।


ମରଣ ସମୟ ଅଙ୍କିତ କପାଳେ

  ଅବଶ୍ୟ ଘଟିବ ସେହୁ 

ଜାଣି ନପାରନ୍ତି ଜନ୍ମ ମୃତ୍ୟୁ କାଳ

  ପ୍ରଭୁଙ୍କ ଲିଖନ ଏହୁ।


ମାୟା ମୋହେ ପଡ଼ି ଧନ ଅର୍ଜୁ ଥାଏ

  ନାହିଁଟି ବିଶ୍ରାମ ତାର 

ନ ଯିବଟି ସଙ୍ଗେ କିଛି ହିଁ ତାହାର

  ନ ଯିବ ଧନ ଅମ୍ବାର।


ଲଙ୍ଗଳା ହୋଇଣ ଯିବ ସେ ଶ୍ମଶାନେ

  ନ ନେବ ସଙ୍ଗରେ କିଛି 

ବହି ନେଇ ଯିବେ ବନ୍ଧୁ ଓ କୁଟୁମ୍ବେ

  ଦୁଃଖିତ ହୋଇବେ କିଛି।


ପରକୁ କନ୍ଦେଇ ଧନ ଅର୍ଜି ଥିଲେ 

  ମୃତ୍ୟୁରେ ହୁଅନ୍ତି ଖୁସି 

ତାର ପାପକର୍ମ ମୃତ୍ୟୁରେ ସ୍ମରଣ

  ଭର୍ତ୍ସନା କରନ୍ତି ବସି।


ବିଭୁ କର୍ମ ସେହୁ ନ କଲା ମହିରେ

 ନର୍କେ ହେବ ସ୍ଥାନ ତାର 

ମାୟରେ ପଡିଣ କଲା ପାପ କର୍ମ

 ଛିଃ... ଛିଃ... କରେଟି ସଂସାର।


ମନୁଷ୍ୟ ଜୀବନ ଜନସେବା ପାଇଁ

 ରାଷ୍ଟ୍ରସେବା ଅଟେ ତାର 

ରହି ଧର୍ମପଥେ ଗୃହସ୍ଥ ପାଳିତ

 ସତ୍ୟପଥ ନିରନ୍ତର।


ଜୀବନ ଅର୍ପଣ ଜନହୀତ ପାଇଁ

 ରାଷ୍ଟ୍ର ହୀତେ ସଦା ମନ 

ଭକ୍ତି ଜଗନ୍ନାଥେ ଜୀବନର ମନ୍ତ୍ର

  ଅତିଥି ସେବାରେ ମନ।


ଶିକ୍ଷା ଦିଏ ଜନେ ଜ୍ଞାନର ବଳରେ

 ରାଷ୍ଟ୍ରର ନିର୍ମାଣ ପାଇଁ 

ପର ଦୁଃଖରେ ସେ ଦୁଖିତ ହୁଅଇ

  ତତ୍ପରଟି ତାହା ପାଇଁ।


ନିବାରଣ ପାଇଁ ପ୍ରୟାସ ତାହାର

  ଜୀବନ ଅର୍ପଣ ତହିଁ 

ସତ୍ୟ ଧର୍ମ ତ୍ୟାଗ ମନ୍ତ୍ର ଭରି ଦିଏ

  ଜଗତ କଲ୍ୟାଣ ତହିଁ।


ନିଜ ପାଇଁ ନାହିଁ ତିଳେ ମାତ୍ର ଚିନ୍ତା

  ଚିନ୍ତିତ ଅନ୍ୟର ପାଇଁ 

ଭକ୍ତି ଜଗନ୍ନାଥେ ଜପମାଳି କରେ

  ଜଗତ କଲ୍ୟାଣ ପାଇଁ।


ମୃତ୍ୟୁବରଣଟି କରେ ଦିନେ ସେହୁ

  ଶୋକାକୁଳ ହୁଏ ମନ 

ଶୋକାକୁଳ ସବୁ ଜନତା ହୁଅନ୍ତି

  ଗାଆନ୍ତି ତାହାରି ଗାନ।


ସୁକର୍ମର କାର୍ଯ୍ୟ ଇତିହାସ ହୁଏ

  ପ୍ରେରଣା ଦିଅଇ ଜନେ 

ବୈକୁଣ୍ଠରେ ସ୍ଥାନ ଅବଶ୍ୟ ତାହାର

  ହୁଏ ସାର୍ଥକ ଜୀବନେ।



Rate this content
Log in