ସଞ୍ଜ ନଇଁଗଲା ପରେ
ସଞ୍ଜ ନଇଁଗଲା ପରେ
1 min
181
ସଞ୍ଜ ନଇଁଗଲା ପରେ ପରେ
ଅନ୍ଧାରର ବୁକୁ ଚିରି
ଆକାଶରେ ଜହ୍ନ ଉଏଁ
ତାରା ଫୁଲ ଫୁଟେ,
ସମୁଦ୍ରର ନୀଳ ଜଳରାଶିରେ
ଜୁଆର ଉକୁଟେ ।
ଜ୍ୟୋତ୍ସ୍ନା ବିଛୁରିତ ରାତ୍ରିର
ନିର୍ଜନତା ଫେଇ
ଗହନ ବନରୁ ଶୁଭେ
ବାଘର ହେଣ୍ଟାଳ
ତା' ସାଥିରେ କଢ଼ି ସବୁ
ଧିରେ ଧିରେ ପାଲଟନ୍ତି ଫୁଲ ।
ଫୁଲର ମହକ ଯେବେ
ଭାସି ଆସେ ଏକାନ୍ତରେ
ଉଆସର ଚଉହଦୀ ଡେଇଁ
ଛୁଇଁଯାଏ ପ୍ରେୟସୀର ରକ୍ତିମ ଅଧର
ଘାରିହୁଏ କାମନାର ନିଶା,
ଆଖି ଖୋଲିଲା ବେଳକୁ
ନା"ଥାଏ ଜହ୍ନ, ନା"ଥାଏ ତାରା
ଆକାଶ ଟା' ଦିଶୁଥାଏ ଫର୍ଚ୍ଚା ।
