STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ସଂସ୍କୃତିର ବାର୍ତ୍ତାବହ

ସଂସ୍କୃତିର ବାର୍ତ୍ତାବହ

1 min
284

କଲମ...

ତୁମେ ଜୀବନ୍ତ

ପ୍ରତ୍ୟକ୍ଷ ଶ୍ରୁତି ଶାସ୍ତ୍ର... !

ଶବ୍ଦର ଢେଉରେ ଢେଉରେ 

ରଚିଯାଅ ଯୁଗାନ୍ତ କାହାଣୀ...

ନିଖୁଣ କାରିଗର...

ଖୁଣି ଖୁଣି ଆଙ୍କିଯାଅ

କୀର୍ତ୍ତିମୟ କୃତି,ମଧୁମୟ ସୃଷ୍ଟି...

ତୁମ ପରିକଳ୍ପନାରେ ଗଢିଉଠେ

କାବ୍ୟଶିଳ୍ପୀଙ୍କ ସହସ୍ର କୋଣାର୍କ...

ନାଚିଉଠେ ଶତ ଶତ ରଂଗଶାଳା.. !!


କଲମ...

ଭାଷାର ବିକଳ୍ପ ସ୍ୱରୂପ,

କଳ୍ପନାର ଚିତ୍ରକର ତୁମେ...

ଚିତ୍ରକଳ୍ପ ଆଉ ରୂପକଳ୍ପ ଦେବାରେ

ବିଚକ୍ଷଣ, ବଳିଷ୍ଠ ବର୍ଦ୍ଧକୀ.... !

ନିଝୁମ୍ ରାତିରେ

ଆକାଶରେ ତୋଳିପାର 

ଅଗଣିତ ଧ୍ରୁବତାରା... !!


କଲମ...

ତୁମେ ଦେଶର ସନ୍ତକ

ତୁମେ ଜାତିର ପ୍ରତୀକ....

ଏକ ବଳିଷ୍ଠ ଦେଶର ତୁମେ,

ବହୁମୂଲ୍ୟ ନାମାଙ୍କନ ପତ୍ର...

ଜାତି ଜାତିର ସଭ୍ୟତା ଆଉ

ସଂସ୍କୃତିର ଆବାହକ,

ପ୍ରକୃତିର ପ୍ରବାହକ ତୁମେ..... !!


କଲମ...

ତୁମେ ଉଦ୍ଦାମ,

ଭ୍ରଷ୍ଟାଚାରୀ ପାଇଁ ତୀକ୍ଷ୍ଣ

ଅମୋଘ ଅସ୍ତ୍ରଟିଏ......

ତୁମ ଧାରେ ଲୁହ ନେଇପାରେ

ତୀବ୍ର ପ୍ରତିଶୋଧ....

ଗାରେ ହସ ଦେଇପାରେ

ଅସରନ୍ତି ଆନନ୍ଦ ଆଲୋକ...


କଲମ...

ତୁମେ କବି ପାଇଁ

କଳ୍ପିତ କାବ୍ୟଝର...

କବି କଳ୍ପନାର ସାର୍ଥକ ସାରଥୀ !

ଦେଇପାର ବାସ୍ତବତା,

କବି କଳ୍ପନାକୁ

ସଂସ୍କାର ଆଉ ସମୃଦ୍ଧିର 

ପ୍ରତ୍ୟକ୍ଷ ପ୍ରଣେତା... !!


କଲମ...

ଚିର ବନ୍ଦନୀୟ,

ଥିଲ ବନ୍ଦନୀୟ,

ଅଛ ବନ୍ଦନୀୟ..

ରହିଥିବ ବନ୍ଦନୀୟ ହୋଇ... !!

ଯୁଗ ଯୁଗ ଧରି, ହୋଇ ରହିଥିବ

ସଂସ୍କୃତିର ବାର୍ତ୍ତାବହ... !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍