STORYMIRROR

Sabita Sukla

Others

3  

Sabita Sukla

Others

ସଂସାର ବୋଝ

ସଂସାର ବୋଝ

1 min
188

ବିତି ତ ଗଲାଣି ବହୁଦିନ ପ୍ରଭୁ

ସଂସାରର ବୋଝ ବୋହି,

ଆଉ ପାରୁନି ମୁଁ ଆଉ ପାରିଵିନି

କର୍ମ ବଜ୍ରାଘାତ ସହି ।1।


କେତେ ସ୍ନେହ ପ୍ରେମ କରିଛ ବିଭୁ ହେ

କଳି ମୁହିଁ ପାରୁ ନାହିଁ,

କରୁଣା କର ହେ ମାେ ପାଇଁ ଅମୃତ

ଦେଇଛ ଜଗତ ସାଇଁ।2।


ମନେ ଦୃଢ଼ ଆଶା ପ୍ରଭୁଙ୍କ ପାଶରେ

ଶରଣ ପଶିବି ଯାଇ,

ଜନ୍ମ ଜନ୍ମାନ୍ତର ବନ୍ଧୁ ସେ ମୋହର 

ଚିନ୍ତା କରିବି କିମ୍ପାଇଁ।3।



Rate this content
Log in