Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Others

4  

Binata Mohanta

Others

ସଂପର୍କର ହାତ ଧରି

ସଂପର୍କର ହାତ ଧରି

1 min
214


କୁଆଁରୀମନରେ ଉଙ୍କି ମାରୁଛି ମୋର

     ଅନେକ ସ୍ଵପ୍ନ ଓ ଆଶା ଅଶୁମାରି

କେହିଜଣେ ମୋ ମଥାରେ ସିନ୍ଦୂର ସଜାଇ 

     ନିଏ ଏକ ନୂତନ ସଂପର୍କର ହାତ ଧରି ।


ନୂତନ ଅନୁଭୂତିର ଆରମ୍ଭ ହୁଏ

     ସମସ୍ତ ନୂତନ ସଂପର୍କ ଓ ବନ୍ଧନ ସହିତ

ନୂଆ ନୂଆ ଲାଗୁଛି ସବୁ କିଛି

     ମନ ହୃଦୟ ହେଉଛି ଦୋଳାଇତ ।


କେବେ ନା ଦେଖି ଥିଲି 

     ନା ଜାଣିଥିଲି ଏହି ଅଚିହ୍ନା ମଣିଷକୁ

ହାତ ଗଣ୍ଠି ପଡିବା ମାତ୍ରେ

      ମନ ହୃଦୟ ସହ ଆପଣାଇଲି ତାକୁ ।


ନୂତନ ସୂର୍ଯ୍ୟୋଦୟ ସହିତ

      ଆରମ୍ଭ ହେଲା ମୋର ନୂତନ ଜୀବନ

ଗଢିଉଠିଲା ସଂପର୍କର ସେତୁ

      ଦାୟିତ୍ବ ଭରା ଜୀବନର ଅଧ୍ୟାୟ ନୂତନ ।


ଅଜଣା ସଂପର୍କର ହାତଧରି

     ବଢିଲି ମୁହିଁ ସଂସାର ଗାଡ଼ିରେ ଆଗକୁ

ଆଦରି ଆପଣା ଭାଗ୍ୟକୁ

     ସାମିଲ କଲି ନୂତନ ପରିବାରରେ ନିଜକୁ ।


Rate this content
Log in