ସଂଳାପ-୯୨
ସଂଳାପ-୯୨
1 min
6.6K
ସଂଳାପ-୯୨
ଅନୁଭୁତିରେ କବିତା ,
କବିତା ଆସର
କିଛି ନୂତନ ପ୍ରତିଭାଙ୍କ ପ୍ରତିଭା ପ୍ରଦର୍ଶନ,
କିଛି ବରିଷ୍ଠ କବିଙ୍କ ମାର୍ଗଦର୍ଶନ,
ଜୀବନ ସାହିତ୍ୟ ନା ସାହିତ୍ୟ ଜୀବନ,
କେବଳ ସୀମିତ ନୁହେଁ
ଏକ ପ୍ରଶ୍ନରେ-----------------!
ଜୀବନ ଆରମ୍ଭ
ଯଦି
ପ୍ରକୃତି ଓ ପୁରୁଷର ମିଳନରେ
ତା ହେଲେ ସେ ମିଳନ ସ୍ୱର ନୁହେଁ କି ? ସାହିତ୍ୟ-------!!
ଗର୍ଭାଶୟରେ ଚଳ ଚଞ୍ଚଳ
ଶିଶୁ,
ଯେଉଁ ପୁଲକ ଦିଏ, ମା ଟି କୁ,
ମା ର ପୁଲକିତ ଆତ୍ମାଟି,
ନୁହେଁ କି ? ସାହିତ୍ୟ------!!!
ମାତାଟି ର ଅସହ୍ୟ ପ୍ରସବ ବେଦନା,
ସେ ବେଦନାର ଲୁଚି ରହିଥିବା ନୂତନ ସମ୍ପର୍କର ସ୍ୱପ୍ନ
ନୁହେଁ କି ? ସାହିତ୍ୟ-------!!!!
ମାତୃ ଗର୍ଭରୁ ନିଃସୃତ,
ସଦ୍ୟ ପ୍ରସବିତ
ଶିଶୁଟିର ପ୍ରଥମ ରୋଦନ
ଯଦି ବର୍ଣିତ ନାଦବ୍ରହ୍ମ ରୂପେ,
ତା ହେଲେ ସେଇ ନାଦ
ନୁହେଁ କି ? ସାହିତ୍ୟ-----!!!!!
ଅନୁଭୁତିରେ
କବିତା ଓ କବିତା ଆସର
ଏକ ସୁନ୍ଦର ପରିକଳ୍ପନା
ଜୀବନରେ
ଯାହା ଦେଖାଇ ନ ପାରନ୍ତି
ଈଶ୍ୱର
ବୋଧେ ଦେଖାଇ ଦିଅନ୍ତି
ଜଗତକୁ ସାହିତ୍ୟକ
କବି,ଲେଖକ ମାଧ୍ୟମ
ନୁହେଁ କି ?
କେବଳ ସାହିତ୍ୟ--!!!!!!
ସାହିତ୍ୟ ଓ ତୁମ ସୈକିତ ,
ଜୀବନ ଛଡା କିଛି ନୁହେଁ ତ,
ଯଦି
ଜୀବନ-ସାହିତ୍ୟ
ତାହେଲେ
ସାହିତ୍ୟ ନୁହେଁ କି ? ଜୀବନ-------!!!!!!!
©®କାଶ୍ୟପ, ରାୟଗଡା ।