STORYMIRROR

Sadananda Sahoo

Others

4  

Sadananda Sahoo

Others

ସଂଘର୍ଷ

ସଂଘର୍ଷ

1 min
320


 ଜୀବନର ଛବି  ତମେ ଆଙ୍କି ପାରିବ କି ?

 ଏ ଜୀବନ ବଡ ଦୁର୍ବିସହ ;

 ଅସହାୟତା ଜୀବନର ଚିର ସହଚର !!

 ଜୀବନ ମିୟମ୍ରାଣ ହୁଏ ସଂଘର୍ଷ ପଥରେ ;;

ବେଳେ ବେଳେ ସାହାରା ଖୋଜେ 

 ବିପଦ କୁ ଟାଳିବାକୁ ଆଉ ପ୍ରତିହତ କରିବାକୁ ;;

 ପ୍ରତିବେଶୀ କେଉଁଠି ସହାୟ ହୁଏତ 

ଆଉକେଉଁଠି ବିପଦରେ ପକାଇ ବାକୁ ଚେଷ୍ଠାକରେ !!

ସମାଜିକ ଜୀବନର ଇଏ ନିଆରା ଛବି !!

ଏଠି ଅନ୍ୟର ସଫଳତା ବଇରୀ ସାଜେ ;;

 ଆପଣାର ପ୍ରିୟଜନ ଶତୃ ହୋଇଯାଏ ;;

ଏଇ ଆମ ହୀନ ମାନସିକତା !!

  ଧରମ କରମ କିଛି ପ୍ରତିତ ହୁଏ ନାହିଁ ;

ତଥାକଥିତ ଶତ୍ରୁ ସମ୍ମୁଖରେ ;

ଈର୍ଷା ଦ୍ୱେଷ ଭାବ ଆଧିପତ୍ୟ ବିସ୍ତାର କରେ ;

ମନ ଆଉ ହୃଦୟରେ ;

ଏଠି ମହାନ ଅତ୍ମାଙ୍କ ସଂଖ୍ୟା ଖୂବ ନଗଣ୍ୟ !!

 ଏଇତ ଜୀବନର ପଥ ପ୍ରାନ୍ତ ଦୃଶ୍ୟର ନିଚ୍ଛକ ଛବି !!



Rate this content
Log in