Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

5.0  

Sadananda Sahoo

Others

ସ୍ନେହର ମନ ମଇନା

ସ୍ନେହର ମନ ମଇନା

1 min
115



ସ୍ମୃତିରୁ ବିସ୍ମୃତି ହୋଇ ନାହିଁ ଛବି 

   ଉଙ୍କିମାରେ  ପ୍ରଶ୍ନବାଚୀ ? 

କାହିଁକି କେଜାଣି ଭୁଲିମୁଁ ପାରୁନି 

   କି'ଅବା ସମ୍ବନ୍ଧ ଅଛି । 


ହେ'ପ୍ରିୟ ବାନ୍ଧବୀ ଭୁଲି ଯାଇଛୁକି 

    ସହପାଠୀ ସାଙ୍ଗ ସାଥୀ 

ସ୍ମୃତି ଫରଦର  ତୁସାଥୀ ଆମ 

    ଶବ୍ଦନାହିଁ  କହିବାକୁ । 


ଅଲିଅଳି କନ୍ୟା ସ୍ନେହର ମଇନା 

   ବରାଳ କୁଳଜ ଅଂଶ ,

ପ୍ରବୋଧ ପିତାଙ୍କ ସ୍ନେହ ବିଶେଷାଙ୍କ 

   ତୋ'ମୁଖରେ ଚିରହସ । 


ମାଆ ଶୈଳବାଳା ଅତି ସ୍ନେହାଁଶିଳା 

    ମଇନାତ ଅଲିଅଳି , 

ସ୍ନେହର ରଙ୍କୁଣୀ ଭଲପାଏ ଅତି 

  କରେନାହିଁ କେବେକଳି । 


ପ୍ରଭାତୀ ନାମଟି ଭଲ ଲାଗେଅତି 

    ଭଗିନୀ ପ୍ରଣତୀ ପ୍ରୀତି , 

ଶ୍ରଦ୍ଧାନାମ ପରା ମନର ମଇନା  

    ଜନ୍ମ ଜାତକର ସ୍ମୃତି । 


ଭାତୃଦ୍ଵୟ ସ୍ନେହ ଅତୁଟ ରହିବ 

    ସତ୍ରଞ୍ଜୟ  ଧନଞ୍ଜୟ , 

ପ୍ରଭାତୀ ସଂସାରେ ହସିବ ଅଚିରେ 

     ଚତୃଦିଗ ପ୍ରେମମୟ ।  


 ଗଣେଶପୁର'ର ଉଚ୍ଚ ବିଦ୍ୟାଳୟ 

     ସ୍ମୃତି ଫରୁଆର ଛବି , 

ବାଲ୍ୟକାଳ ସ୍ମୃତି ହେବନି ବିସ୍ମୃତି 

    ପ୍ରଭାତୀ'ତ ଅନୁଭବି । 


ଉଚ୍ଚ ମାଧ୍ୟମିକ ଶିକ୍ଷାରେ ସରାଗ 

    ଶୈଳବାଳା ବିଜେ ସ୍ଥଳି 

କଟକ ମାଟିର ମହକ ନିଆରା 

   ପ୍ରଭାତୀ'ତ ସୁନା ଛାତ୍ରୀ । 


ସ୍ନାତକ ଶିକ୍ଷାର ସୁନ୍ଦର ଆଳୟ 

    ମହାବିଦ୍ୟାଳୟ ମାଟି , 

ସାଲେପୁର ଛବି ଆଖିରେ ନାଚୁଛି 

   ମଇନା ନାମଟି ଭଜି । 


ଜୀବର ଲକ୍ଷ୍ୟ ହେଲାକି ବିଚ୍ୟୁତ 

   ହେ'ପ୍ରିୟ ସାଥୀ ପ୍ରଭାତୀ , 

ଶିକ୍ଷା ପ୍ରଶିକ୍ଷଣ ହେଲାନି ସମ୍ଭବ 

    ଛାଡିଲକି ଶିକ୍ଷା ବୃତ୍ତି । 


ସିଲେଇ ମେସିନ ରହିଛି ଅନେଇ 

    ମଇନା ନାନୀକୁ ତା'ର , 

ଭାରି ପାରଙ୍ଗମ ଦରଜୀ ମାଣିକ 

     ସଫଳତା କାମନାର । 


ଆମିଷ ସରାଗୀ ମଇନାଟା ଅତି 

   ନିତି ଖାଏ ମାଛ ମାଂସ , 

ଶାଶୁଘରେ ବୋହୂ କେମିତି ତୁ'ଅଛୁ 

    ଭାବିଲେ ଲାଗୁଛି ହସ । 


ଟୁନା ଭାଇନାଙ୍କ  ସୁନା ପରୀତୁ 

    ମଇନା ରଙ୍କୁଣୀ ଧନ , 

ହସର ଖୁସିର ସଂସାର ତୋହର 

    ପୁର୍ଣ୍ଣ ହେଵ ଧନଧାନ୍ୟ । 


ଶାଶୁ ଶ୍ଵଶୁରଙ୍କ  କୁଳବଧୂ ମିତ 

    ସାଜିଛି  ଆମ ମଇନା , 

ପ୍ରତୀକ୍ଷା କନ୍ୟାର ସବୁ ଅଭିଳାଷ 

    ପୁରଣ କରିବ ମାଆ । 


ଶାଶୁ ମାଆ ଉଜ୍ଜ୍ଵଳ ସରାଗ ମାଣିକ 

     ଶଶୁରତ  ତ୍ରିଲୋଚନ , 

ବରାଳ କୁଳର ମହକ ସରାଗ 

    ସବୁ ଖ୍ୟାତି ଭାସମାନ  । 



Rate this content
Log in