Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3.3  

Sadananda Sahoo

Others

ସ୍ନେହଁର ବାନ୍ଧବୀ ମିଲି

ସ୍ନେହଁର ବାନ୍ଧବୀ ମିଲି

1 min
319


' '  ସ୍ନେହଁର ବାନ୍ଧବୀ ମିଲି

- - - - - - - - - - -- - - - - - - - - - - - - - - - 

ସମ୍ପର୍କର ସେତୁ ଗଢିତ ଦେଇଛୁ 

   ସ୍ନେହଁ ସରାଗିନୀ ମିଲି , 

ସଭିଁଙ୍କ ମନରେ ତୋ'ର ନାମଭାସେ 

    କିଏବା ପାରିବ ଭୁଲି ! ! 


ଶଶିଭୂଷଣଙ୍କ ସୁନା କନ୍ୟାରତ୍ନ 

   ଦୁହିତା ଦୁଲଣୀ ମିଲି ,   

ମାଆ ସରୋଜିନୀ ସ୍ନେହ ସରାଗିନି 

   ନିଇତି ହୁଅନ୍ତି ଝୁରି ! ! 


ଜନମ ମାଟିର ନିଆରା ମହକ 

    ବାଲ୍ୟକାଳ ସ୍ମୃତିରାଜି 

ଗୋପୀନାଥ ପୁର ମିଲି ଜନ୍ମସ୍ଥାନ 

   ସ୍ଵନେତ୍ରେ ଭାସୁଛି ଆଜି ! ! 


ଶିକ୍ଷାର ଆଳୟ  ଉଚ୍ଚବିଦ୍ୟାଳୟ 

   ଗୋପିନାଥପୁର କ୍ଷେତ୍ର , 

ମିଲିର ସୌଭାଗ୍ୟ ପଠନେ ବିଜୟ 

   ଉଦ୍ଭାଷିତ  ସ୍ମୃତିଚିତ୍ର ! !   


ଅରୁଣ ବାବୁଙ୍କ ହୃଦୟ ସଙ୍ଗିନୀ 

   ମିଲିରାଣୀ ସୁନାଭାର୍ଯ୍ୟା , 

କୁଳବଧୂ ସାଜି କୁଶଳରେ ଅଛି 

    ସଜାଡି ରଖିଛି ବସା ! ! 


ପୂଜ୍ଜ୍ଯସ୍ପଦ ଦେବ ଶ୍ଵଶୁର ଅନାମ 

   ଶାଶୁ ମାଅା ବୀଣାପାଣି , 

ସ୍ନେହାଶୀଷ ଢାଳି  କଲ୍ୟାଣ କରନ୍ତି 

   ସୁଖୀ ବୋହୂ ମିଲିରାଣୀ ! ! 


ଏକୋଇର ବଳା ନୟନ ପିତୁଳା 

     ଦେବାଶିଷ ଧନମନ , 

 ଯୁକ୍ତଦୁଇ ପାଠ ପଠନରେ ବ୍ୟସ୍ତ 

    ମିଲି ମାଆ ଅବଦାନ ! ! 


ଶ୍ରୀକ୍ଷେତ୍ରର ବଧୂ ମିଲି ଆମ ବନ୍ଧୁ

    ସୌଭାଗ୍ୟର ମଥାମଣି , 

ହ୍ଵାଟସଆପରେ ଯୋଡିଲା ସରାଗେ 

    ସଭିଁଙ୍କୁ ମନକୁ ଜିଣି ! ! 


ସାଙ୍ଗ ସାଥୀଙ୍କର ସୁନେତ୍ରୀ ମିଲି 

    ସମ୍ପର୍କର ସେତୁବନ୍ଧ , 

ପୁରୁଣା ସ୍ମୃତିକୁ  ବାନ୍ଧି ରଖିବାକୁ 

   ସଫଳ ହୋଇଛି ସତ୍ୟ ! ! 


ପ୍ରଭୁ ଜଗନ୍ନାଥ ହୃଦୟ ସଙ୍ଗାତ 

    ମିଲି ସାଥୀ ତୁମ୍ଭଧନ , 

ହସରେ ଖୁସିରେ ଥାଉସେ ସଂସାରେ 

    ଏତିକିତ   ନିବେଦନ ! ! 

- - - - - - - - - - - - - - - - - - - - - - - - - - -


Rate this content
Log in