ସନ୍ଦେହ
ସନ୍ଦେହ
ଦୁନିଆଟା ବଦଳି ଯାଇଛି
ବଦଳି ଯାଇଛି ରଙ୍ଗ ଆଉ ଢଙ୍ଗ
ବଦଳିବ ନାହିଁ କାହିଁକି?
ପ୍ରତିକ୍ଷଣ ତ ସନ୍ଦେହର ଜାଲ।
ଦେଖୁନ !
ରାଜା ସନ୍ଦେହ କରୁଛି ପ୍ରଜାକୁ
ମାଲିକ ସନ୍ଦେହ କରୁଛି ଗୁମାସ୍ତାକୁ
ଦମ୍ପତି ଦ୍ବୟ ବି
ବାଦ ପଡୁ ନାହାନ୍ତି ପରସ୍ପର।
ସବୁଆଡେ଼ ସନ୍ଦେହର ବିଷାକ୍ତ ବଳୟ
କାହାର ବି ଜଣେ ହେଲେ
ନିଜ ହୃଦୟ ଓ ମନରେ ଖେଳୁନି
ସ୍ବଚ୍ଛ କି ନିର୍ମଳର ଝର?
କଳକଳ ଛଳଛଳ ପରି
କିଛି ବି ନାହିଁ ବୋଲି ତ
ଆଖିରେ ଲହୁର ଝରଣା
ଛାତିରେ ଜମି ଯାଉଛି ଅତ୍କଣ୍ଠାର କାଳିମା।
ହୃଦୟକୁ ପଥର କରିବ କ'ଣ?
ଖୁନଭିନ୍ ହୋଇ ଯାଉଛି
ପରିବାର,ସମାଜ ଓ ରାଷ୍ଟ୍ର।
ଦେଖୁନ !
ପଶୁ,ପକ୍ଷୀ ଓ ସରୀସୃପଙ୍କୁ
ଯେଉଁମାନେ ପ୍ରକୃତିକୁ ସମ୍ମାନ ଅଜସ୍ର ଦିଅନ୍ତି
ତେଣୁ ତ ସନ୍ତୋଷ ଅସରନ୍ତି
ଖୁନ୍ଦି ହୋଇଥାଏ ଶାନ୍ତି ଆଲୋକ ପରି,ପବନ ପରି
ଫଳତଃ ଖାଇବେ କ'ଣ,ରହିବେ କେଉଁଠି?
ଈଶ୍ବର ଖଞ୍ଜି ହିଁ ଦେଇଥାନ୍ତି ସୁଶୃଙ୍ଖଳିତରେ,ଆନନ୍ଦରେ ଓ ପ୍ରେମରେ।
ଆଜ୍ଞା !
ଆସନ୍ତୁ ତ ସନ୍ଦେହକୁ ଫିଙ୍ଗିଦେବା ହୃଦୟକୁ ଚିରି
ସାଇତିବା ଦେହ ଓ ମନରେ ଅସରନ୍ତି
ସ୍ନେହ ଆଉ ପ୍ରେମ
ଯେଉଁଠି ଢଳଢ଼ଳ ସାରୁ ପତ୍ରେ
ଯେମିତି ଜଳ ଖେଳୁଥାଏ
ପଦ୍ମ ଯେମିତି ଅନେଇଥାଏ ସୂର୍ଯ୍ଯଙ୍କୁ
କଇଁ ଚାହିଁ ବସିଥାଏ ଜହ୍ନକୁ
ସ୍ବର୍ଗୀୟ ପ୍ରେମରେ,ଇପ୍ସିତ ଧର୍ମରେ।
