ସମୟର କଥା
ସମୟର କଥା
କଥା କେବଳ ସମୟ ହିଁ କହେ
ତା' ଇଛାରେ ଚାଲନ୍ତି ମଣିଷ, ପଶୁ, ସାଧୁ, ଅସାଧୁ
ସେ ହିଁ ଆଣେ ଏ ଧରାକୁ ସାତଋତୁ ଓ ବାରମାସ
ସେ ହିଁ ଆକାଶକୁ କରେ ସାତରଙ୍ଗୀ
କେବେ କଳାବାଦଲରେ କରିଦିଏ ଅନ୍ଧାର
କେବେ ସୂର୍ଯ୍ୟାଲୋକେ ପ୍ରକାଶ ଦିଏ
ପୁଣି କେବେ ଜହ୍ନାଲୋକେ ଦିଏ ଶୀତଳ ଜ୍ୟୋତ୍ସ୍ନା
ସେ ହିଁ ଅନୁଭବ କରାଏ ଦୁର୍ଗନ୍ଧ
ସେ ହିଁ ବିଛୁରିତ କରିଚାଲେ ସୁଗନ୍ଧିତ ବାସ୍ନା,
କଥା କେବଳ ସମୟ ହିଁ କହେ
ବାକି ଆମ ସମସ୍ତେଙ୍କୁ ସାଜିବାକୁ ପଡ଼େ ମୁକ
ସେ ହିଁ ନିୟନ୍ତ୍ରଣ କରେ ଆମ ମନ ଓ ବିବେକ
ସମୟ ହିଁ ରଖେ ଜାତିର ସମ୍ମାନ, ମର୍ଯ୍ୟାଦା ଓ ଟେକ
ତା' ହାତରେ ସାରା ଜଗତର ସୁଖ ଓ ଦୁଃଖ
ନା ସେ କରେ କାହାପାଇଁ ଅବଶୋଷ
ନା କରେ ସେ କାହା ପାଇଁ କେବେ ଶୋକ,
ସେ ମହାରାଜା ଆମେ ସବୁ ନିମିତ୍ତ ମାତ୍ର ସେବକ
ତା' ଆଗରେ ଛୋଟ ଛୋଟ ପ୍ରଜା
ସେ ଗତିର ଦାସ ପଛକୁ ଫେରେନି
କିନ୍ତୁ ବେଳେବେଳେ ସ୍ମରଣ କରାଏ ଅତୀତ
ସେ ଚୀର ଜୀବନ୍ତ ନ ହୁଏ ହନ୍ତସନ୍ତ
ନା କରେ ନା ହୁଏ ସେ କାହାପାଇଁ ବ୍ୟଥିତ
ଲାଗେ ସେ ସମସ୍ତଙ୍କୁ କରେ ନିୟନ୍ତ୍ରିତ
କିନ୍ତୁ ନିଜ ଭିତରେ ନିଜେ ହୋଇ ବନ୍ଦୀ
ନିଜ ସହ କରିଛି ସେ ଗୋପନ ସନ୍ଧି
କର୍ମର ଇସାରାରେ ବୁଲୁଥାଏ ଚକ୍ରପରି
ସେ ହିଁ କର୍ମର ହିସାବ ରଖେ,
ସମୟ ଅନେକ କହେ ଅନେକ ଶୁଣେ
ସମୟ ନିଜକୁ ଓ ଅନ୍ୟକୁ ବାରବାର ପରଖେ
ସମୟ ନୀରବ ନୁହେଁ କି ଚିତ୍କାର କରେନି
ସେ କାହା ସୁଖେ ହସେନି
କାହା ଲୁହରେ କେବେ କାନ୍ଦେନି
ସେ କେବଳ ଗଡ଼ୁଥାଏ ଶଗଡ଼ ଚକ ପରି
ନା ଧିରେ ନା ତୀବ୍ରତର ଗତିରେ
ନିଜର ଧର୍ମ ପାଳନ କରୁଥାଏ
ମୁର୍ଖ ମଣିଷ କହେ ସମୟ ମୋର
ସମୟ ମୁରୁକି ହସି କହେ ମଣିଷକୁ ତୁମେ ସଦା ମୋର,
ସମୟ ନିଜେ ଈଶ୍ବର ସର୍ବଶକ୍ତିମାନ
ଈଶ୍ବର ହିଁ ସମୟ ର ଅନ୍ୟ ରୂପ
ସାରା ପ୍ରକୃତି ଜୀବଜଗତ ସବୁଜବନାନୀ
ସମସ୍ତେ ମୋର ମୁଁ କିନ୍ତୁ କାହାର ନୁହେଁ
ସମୟ ଅନେକ କଥା କହେ
କେହି ଶୁଣନ୍ତିନି ଅବା ଶୁଣିବାକୁ ଚାହାନ୍ତିନି
ତା'ହା ସମୟ ଜାଣିନି ଅପେକ୍ଷା କରେ ଉତ୍ତରକୁ
ଦେଖୁଥାଏ ଏ ବୁଦ୍ଧିମାନ ମଣିଷର ମୂର୍ଖତାକୁ
ସମୟ ଚୁପ୍ ରହେନାହିଁ କାହାକୁ ଛାଡ଼େ ନାହିଁ।
