Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priya Alka

Others

2  

Priya Alka

Others

ସମୟର ଗତିପଥ

ସମୟର ଗତିପଥ

1 min
120


ହେ ସମୟ, ହେ ସମୟ ,

ବଦଳାଇ ଦେ ଗତିପଥ ତୋର ବଦଳାଇ ଦେ ରାସ୍ତା

ଜୀବନର ଏଇ ମରୁଭୂମିରେ ମୋ ପ୍ରେମ ହେଲାଣି ଶସ୍ତା ।


ପବିତ୍ର ରତ୍ନ ରେ ମଣ୍ଡିତ ଥିଲା ଯେ,ସେ ପବିତ୍ରତା ଆଉ ନାହିଁ

ଆଶା ନିରାଶାର ଦ୍ଵନ୍ଦ ଭିତରେ ମୋ ପ୍ରେମ କେବେ ମରି ନାହିଁ ।

ହେ ସମୟ, ହେ ସମୟ ,

ପାଇବିନି କି ପାଇନି ତାହାକୁ ପୁଣି ହରେଇବା ଭୟ ।


ଅଜଣା ରାସ୍ତାରେ ପାଦ ଦେଇ ଚାଲିଗଲି ତା'ଠୁ ଦୂରେ

ଏତେ ଘୃଣା ତା'ର ମନରେ ଅଛି ମୁଁ ଜାଣିନି କାରଣ ଥରେ।


ପ୍ରେମ ମୋ ଶାଶ୍ଵତ,ପ୍ରେମ ମୋ ପବିତ୍ର ମୋ ପ୍ରେମ ଯେ ଚିରନ୍ତନ

ଚାହିଁଛି ତାହାକୁ ଚାହିଁ ବି ତାହାକୁ ମରିବା ଯାଏ ମୋ ମନ ।


ହେ ସମୟ ,ହେ ସମୟ ,

ପାଇବାର ଆଶା କିଏ ଯେ କରୁଛି,ମୋ ପ୍ରେମର ହେବ ଜୟ ।


ସମାଜ ର ସୀମା ଲଙ୍ଘନ କରି ତାହାକୁ ହିଁ ଚାହେଁ ମନ

ଦୁନିଆ ଆଗରେ ଜଣାଇ ଦେଲେ ତାହା ପାଲଟେ ଦିବା ସ୍ଵପ୍ନ ।


ମାଗିନି ତା'ଠୁ ମୋ ପ୍ରେମର ମୂଳ ଚାହିଁ ନି ତା'ଠୁ ମୁଁ କିଛି

ଜୀବନରେ ମୋର ଦୁଃଖ ଅନୁରୂପେ ପାଉ ସେ ସେତିକି ଖୁସି ।


ହେ ସମୟ ,ହେ ସମୟ ,

କରୁପଛେ ଘୃଣା ଦୁନିଆଠୁ ବେଶୀ,ତଥାପି ସେ ମୋ ପ୍ରିୟ ।




Rate this content
Log in