STORYMIRROR

Dr. Pratap Kumar Swain

Others

4  

Dr. Pratap Kumar Swain

Others

ସମୟ

ସମୟ

1 min
240

ଏଇ ତ କାଲି ପରି ମନେହୁଏ 

ପିଲା ଦିନ ଧୂଳି ଖେଳ

ଆଖିରେ ନାଚିଯାଏ।


କେତେ ରାଗରୁଷା ପିଟାମରା

ବିଦ୍ୟାଳୟ ଯିବା ଓ ଫେରିବା

ପାଠପଢା ସହ ମଜାର ପସରା

ଶିକ୍ଷକଙ୍କ ନକଲ କରିବା

ନିଶା ଯେ ନିଆରା।


ରବିବାର ଛୁଟିଦିନେ ବନିଶିରେ

ଜିଆ ଥୋପ ଗୁନ୍ଥି

ମାଛ ଧରି ଘରେ ଫେରେ

ନଥାଏ ଯେ ଭ୍ରାନ୍ତି ।


ଅନ୍ୟ ଦିନେ ଚାଲେ ପୁଣି 

ଗୁଚିତାଣ୍ଡୁ ଓ କ୍ରିକେଟର ଖେଳ

ଏକାଠି ଖେଳୁ ସଭିଏଁ 

କରୁ କେତେ ଗୋଳ।


ସମୟ ଆଗକୁ ମାଡେ

ବୟସ ବି ବଢିଚାଲେ

ନଦୀଟିଏ ପରି।


ପାଠପଢା ଚାପ ପଡେ

ଠିକ୍ ଆଟଲାସ ବିଶ୍ୱକୁ

ମୁଣ୍ଡରେ ଧରିଲା ପରି।


ତାପରେ ଚାକିରୀଟେ କରି

ନୀଡଟିଏ ବାନ୍ଧି ଦେଇ

ସଂସାର ଜଞ୍ଜାଳ ମୋତେ

ଯାଇଥାଏ ଘେରି।


କିନ୍ତୁ ସମୟ ଯେ ନିର୍ବିକାର

ଦିନ ଆଉ ରାତି ମଧ୍ୟେ

ଚାଲେ ଅହରହ

ତାର ନାହିଁ ପର ଆପଣାର।


ମୁଁ ଖାଲି ଧନ୍ଦି ହୁଏ

ଗୁଡାଏ ମଣିଷଙ୍କୁ ନେଇ

ରାତି ଦିନ ଏକ କରି ଚିନ୍ତା କରୁଥାଏ

ସମସ୍ତଙ୍କୁ ଆପଣେଇ

ନିଜକୁ ମୁଁ ଭୁଲି ଯାଏ।


ନା ଥାଏ ସେ ବୟସ 

ଏକା ଏକା ଛିଡା ହୋଇ

ଆକାଶକୁ ଦେଖିବାର ଯୁ

ନା ଧରଣୀ ବକ୍ଷରେ ରହି

ପ୍ରକୃତିକୁ ଉପଭୋଗ କରିବାର ଇଚ୍ଛା ।


ସବୁ କିଛି ଓଲଟ ପାଲଟ ହୁଏ

ସମୟ ସାଥିରେ ଚାଲିବାକୁ

ଶକ୍ତି ନଥାଏ

ନିଜେ ଜନ୍ତାରେ ପଡି

ମୁକ୍ତି ପାଇଁ ପାଟି କରୁଥାଏ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍