ସମୟ
ସମୟ
1 min
172
ସମୟ ଆମକୁ ଘାଇଲା କରିଛି
ସମସ୍ତଙ୍କୁ ଘରେ କଏଦ କରିଛି
କୋରୋନା ଭୟ ସର୍ବଙ୍କୁ ଘାରିଛି
ନିୟମ ମାନି କି ଘରେ ରହୁୁୁଛୁ
ସବୁ ଜିନିଷ ଧୋଇ ବ୍ୟବହାର କରୁୁୁଛୁ
ପିଲାଙ୍କୁ ହୋଇଛି ଭାରି ମଜା
ପାଠ ପଢ଼ାରେ ନାହିଁ ସଜା
ଅନ୍ ଲାଇନ୍ ପାଠପଢ଼ା ମଜା
ଦେଉଛି ତାହାଙ୍କୁ ଭାରି ସୁବିଧା
ଭିଡିଓ ଗେମରେ ପିଲା ଖେଳୁଛି
କହୁଛି ସିିଏ ପାଠ ପଢୁୁୁଛି
ମାଆ ବାପାଙ୍କୁ ଚିନ୍ତା ଘାରୁଛି
ପିଲାର ଦୁୁଷ୍ଟାମି ବଢ଼ି ଚାଲିଛି
କେବେ ସରିବ କୋରୋନା କାଳ?
ମଣିଷ ଜୀବନ ହେଉଛି ଅକାରଣ
ଘରର ହିତ ଚିନ୍ତା ଘାରୁଛି
ସକଳ ଚିନ୍ତା ମାଡି ବସୁଛି
ଆଈମାଆ କହୁଛି କି କାଳ ହେଲା
ସମସ୍ତଙ୍କୁ ଇଏ ମାରିିଣ ଦେଲା
ଏମିତି ତ ଆମେ କେବେ ଦେଖିନୁ
କି କାଳ ହେଲା ଆମେ ଶୁଣିିିନୁ"
