ସମୟ
ସମୟ
ମଣିଷ ଜାଣିଛି ଭବିଷ୍ୟତ କଥା
ନଜାଣିଲା ପରି ରହୁଛି
ମଣିଷ ଜାଣିଛି ତା ଅତୀତ କଥା
ଜାଣି ଶୁଣି ଭୁଲ ଯାଉଛି
ଅତୀତ ଭୁଲକୁ ସୁଧାରିପାରୁନି
ଭୁଲ ପରେ ଭୁଲ କରୁଛି
ଭବିଷ୍ୟତ କଥା ଚିନ୍ତା କରି କରି
ବର୍ତ୍ତମାନେ ଦୁଃଖ ପାଉଛି
ଭିବିଷ୍ୟତ ଯେ ଦୁଃଖମୟ ହେବ
ଏ କଥାକୁ ଭୁଲି ଯାଉଛି
ନ ଖାଇ ନ ପିଇ ସଞ୍ଚୟ କରୁଛି
ଦୁଃଖ କଷ୍ଟ ଖାଲି ପାଉଛି,
ଯେମିତି ଚଳ ଯେମିତି ରୁହ
ବାର୍ଦ୍ଧକ୍ୟ ନିଶ୍ଚୟ ଆସିବ
ବାର୍ଦ୍ଧକ୍ୟ ଆସିଲେ ନିଶ୍ଚୟ ହେ ବନ୍ଧୁ
ପଛ କଥା ମନେ ପଡିବ
ଖାଇପାରିବନି ପିନ୍ଧିପାରିବନି
ଦେଖି ଦେଖି ଖାଲି ବଞ୍ଚିବ
ନିର୍ଜୀବ ଭଳି ଏକ ଠାବେ ପଡି
ଆକୁଳ ବିକଳ ହୋଇବ
କିଏ ଶୁଣିବେନି କିଏ ବୁଝିବେନି
ଅସହାୟ ଭଳି ବଞ୍ଚିବ
ଯେତେ ଯେତେ ଧନ ରଖିଥିବ ବନ୍ଧୁ
ତୁମ ପାଇଁ ନିଃସ୍ୱ ହୋଇବ
ଭଲରେ ଖାଇବ ଭଲରେ ପିନ୍ଧିବ
ସମୟ ସହିତ ଚଳିବ
ସମୟ ଥରେ ଚାଲିଗଲେ ବନ୍ଧୁ
ସମୟ ଆଉ ନ ଫେରିବ,
