STORYMIRROR

Niranjan Sahu

Others

3  

Niranjan Sahu

Others

ସମୟ

ସମୟ

1 min
402

ମଣିଷ ଜାଣିଛି ଭବିଷ୍ୟତ କଥା  

ନଜାଣିଲା ପରି ରହୁଛି

ମଣିଷ ଜାଣିଛି ତା ଅତୀତ କଥା

ଜାଣି ଶୁଣି ଭୁଲ ଯାଉଛି


ଅତୀତ ଭୁଲକୁ ସୁଧାରିପାରୁନି

ଭୁଲ ପରେ ଭୁଲ କରୁଛି

ଭବିଷ୍ୟତ କଥା ଚିନ୍ତା କରି କରି

ବର୍ତ୍ତମାନେ ଦୁଃଖ ପାଉଛି


ଭିବିଷ୍ୟତ ଯେ ଦୁଃଖମୟ ହେବ

ଏ କଥାକୁ ଭୁଲି ଯାଉଛି

ନ ଖାଇ ନ ପିଇ ସଞ୍ଚୟ କରୁଛି

ଦୁଃଖ କଷ୍ଟ ଖାଲି ପାଉଛି,


ଯେମିତି ଚଳ ଯେମିତି ରୁହ

ବାର୍ଦ୍ଧକ୍ୟ ନିଶ୍ଚୟ ଆସିବ

ବାର୍ଦ୍ଧକ୍ୟ ଆସିଲେ ନିଶ୍ଚୟ ହେ ବନ୍ଧୁ

ପଛ କଥା ମନେ ପଡିବ


ଖାଇପାରିବନି ପିନ୍ଧିପାରିବନି

ଦେଖି ଦେଖି ଖାଲି ବଞ୍ଚିବ

ନିର୍ଜୀବ ଭଳି ଏକ ଠାବେ ପଡି

ଆକୁଳ ବିକଳ ହୋଇବ

କିଏ ଶୁଣିବେନି କିଏ ବୁଝିବେନି

ଅସହାୟ ଭଳି ବଞ୍ଚିବ

ଯେତେ ଯେତେ ଧନ ରଖିଥିବ ବନ୍ଧୁ

ତୁମ ପାଇଁ ନିଃସ୍ୱ ହୋଇବ


ଭଲରେ ଖାଇବ ଭଲରେ ପିନ୍ଧିବ

ସମୟ ସହିତ ଚଳିବ

ସମୟ ଥରେ ଚାଲିଗଲେ ବନ୍ଧୁ

ସମୟ ଆଉ ନ ଫେରିବ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍