STORYMIRROR

Prasanta kumar Hota

Others

3  

Prasanta kumar Hota

Others

ସମୟ ସବୁର ସାର

ସମୟ ସବୁର ସାର

1 min
295


ଆଜି ଯେ ନିଜର କାଲି ହୁଏ ପର

ସମୟ ସବୁର ସାର

ସମୟ ସରିଲେ କେହି ରହେ ନାହିଁ

କେହି ନୁହେଁ ଏଠି କାର


ସମସ୍ତେ ଚାଲନ୍ତି ସମୟ ପଥରେ

କେହି ରହି ନାହିଁ କେବେ

ତଥାପି ଏ ମନ ବାନ୍ଧେ କାହିଁ ମନେ

ଅହଂ ଆବେଶର ବେଗେ


ରହିଛି ରହିବ ଏ ମିଥ୍ୟା ଜଗତ

ରହିଥିବା ଆମେ କର୍ମେ

କର୍ମ ଫଳ ଭୋଗ ହୁଏ ଯେଣୁ ନିଶ୍ଚେ

ଭ୍ରମି ହେଉଥିବା ଭ୍ରମେ


ସଂସାର ସୌରଭ ଦିଏ ପରାଭବ

ଉଚ୍ଚ ପଦ କିଛି ନାହିଁ

ଉଚ୍ଚ ପଦ ନୁହେଁ ଉଚ୍ଚର ଆସ୍ଵାଦ

ଉଚ୍ଚ ଯେଣୁ ଅବରୋହି


ସେଥିପାଇଁ ପ୍ରଭୁ ତୁମରି ଆଶ୍ରୟେ

ତୁମ ନାମ ଧରିଥାଏ

ଅନ୍ତର ଅଭାବ ହେବକି ଲାଘବ

ମନେ ମନେ ଭାବୁଥାଏ


ଶୁଣିଲେ ଶୁଣିବ ନଶୁଣିଲେ ନାହିଁ

ଡାକୁଥିବି ଆଶା ନେଇ

ଆଶା ବାନ୍ଧି ଥିଲେ ଆଶ୍ରିତ ରହିବି

ଆଶା ମୁଁ ଛାଡିବି ନାହିଁ


ଆଶାରୁ ଆସିବ ଆସକ୍ତି ତୋଠାରେ

ଶ୍ରଦ୍ଧା ଦେଉଥିବ ଜ୍ଞାନ

ନମ୍ରତା ନମନେ ଭଜନ ଭାଜନେ

ନେଉଥିବି ତୋର ନାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍