ସମୟ ର ଭାବନା
ସମୟ ର ଭାବନା
ଦେହରୁ କାଢି ଦେଲି ପ୍ରତିଟି ଅଙ୍ଗର ଶବ୍ଦ ସବୁକୁ
ପ୍ରେମର ଗଣ୍ଠିଲି ରେ ବାନ୍ଧିଲି ଆଉ ଚାଲିଲି ସେତୁ ବନ୍ଧ ବାନ୍ଧି ବାକୁ
ଦେଖିଲି ମନ ମାରି ବସିଥିଲା ଅପୂର୍ବ ସୁନ୍ଦରୀ
ମନ ମୋହିନେଲା
ଓଠରୁ ମଧୁ ପଡୁଥିଲା ଝରି
ପାଖେ ଯାଇ ବସିଲି
କାରଣ ପଚାରିଲି
ଉତ୍ତର ମିଳିଲା କି
ସ୍ୱପ୍ନ ଦେଖୁ ଦେଖୁ ନିଦ ଭାଙ୍ଗିଗଲା
ଆଉ ରାଜକୁମାରକୁ ଯେ ହରେଇବସିଲି
ଦେଇ ଦେଲି ଗଣ୍ଠିଲି
ଖୋଜିବା ପାଇଁ କହିଲି
ଅନେକ ଖୋଜିଲା ଦେଖିଲା
ତା ପରେ କଣ ହେଲା କେ ଜାଣି
ସେତୁ ବନ୍ଧ ଆଡେ ଦଉଡି ପଳେଇଲା
ଫେରିଲା ଆଉ ପଚାରିଲା
p>
ମୁଁ ବି ଶବ୍ଦ ସହ ଶବ୍ଦ ହେବାକୁ ଚାହେଁ
କହିଲି
ଦିଅ ହାତ ତୁମର
ଲେଖନୀ ଧରେଇଦେବି
ଶବ୍ଦ ମାଳାକୁ ଗୁନ୍ଥିଦେବି
ଭାଷା ସହିତ ପରିଚୟ କରେଇଦେବି
ଆଉ ତୁମେ ବି ସେ ଅପରିଚିତ ଦୁନିଆକୁ ନିଜର କରି ବସିବ
ପ୍ରେମ ସହିତ ଅନେକ ସଜ୍ଞା ଗଢିବ
ଆଉ ଦୁଇ ଡେଣା ଝାଡି ଉପରକୁ ଉଡିଯିବ
ଚାକୋର ପରି ଚାହିଁ ଥିବି ମୁଁ ତୁମ ଯିବା ବାଟକୁ
ଚେଷ୍ଟା କରି ବି ସମ୍ଭାଳି ହେବନି ଅଶ୍ରୁର ଧାରା କୁ
ହେଲେ ବି ମୁଁ ହସୁଥିବି
ତୁମର ସେ ଗୋଲାପ ପାଖୁଡା ଭିତରେ
ନିଜକୁ କଣ୍ଟା କରି
ଆଉ କହୁଥିବି
ଯାଅ ଯାଅ ଗୋ ତୁମେ ସ୍ୱର୍ଗର ଅପ୍ସରି।