ସମସ୍ଯା
ସମସ୍ଯା
ସମସ୍ଯା ଜର୍ଜର ଅଟଇ ଜୀବନ ଚିର
ପ୍ରାଣୀ ମାତ୍ରେ ପ୍ରତ୍ଯେକ ହିଁ ସମସ୍ଯା ର ଭାର ।
ଧରି ଧରା ଧାମେ ନିତି ହୋନ୍ତି ଅବତୀର୍ଣ୍ଣ
ବିତା ଅନ୍ତି ଏଥେ ପୁଣି ସମସ୍ଯାରେ ଦିନ ।
ଏହି ପରି ସମସ୍ଯା ର ମୁଖର ଜୀବନ
କେ ଅବା କରଇ ତାହା କେବେ ସମାଧାନ ।
ଜୀବନ ସହିତ ଓତଃପ୍ରୋତ ତା ' ଜଡିତ
ଚିନି ସାଥେ ପିପିଲିକା ସମ୍ବନ୍ଧ ଯେମନ୍ତ ।
ଜୀବନ ରେ ସମସ୍ଯା ର ଶେଷ ନାହିଁ କାହିଁ
ଆଜୀବନ ଜୀବ ସମସ୍ଯା ର ସାଥେ ଲଢି ।
ରତଥାଏ ନବ ଜ୍ଞାନ ଅନୁଭୁତି ରାଶି
ଯତନେ ସଂଗ୍ରହ କରି ଜୀବନେ ନିବେଶି ।
ତହିଁରୁ ଉଦ୍ଧାର ମାର୍ଗ କରେ ନିରୂପଣ
ଜୀବନ ସହିତ ସମସ୍ଯା ର ରୂପାୟନ ।
ଘଟି ଚାଲି ଥାଏ ଚିର ତହିଁ ରୁ ନିସ୍ତାର
ଉପାୟ କେ ! କେବେ କରି ନ ପାରେ ବାହାର ।
ଏକ ସମାଧାନେ ପୁଣି ଆରେକ ସମସ୍ଯା
ଉଦେ ହୋଇ ଜୀବନ ରେ ସୂଜେ ବିଭିଷୀକା ।
ପିପିଲିକା ପୀଡା ନିବାରଣେ ତାକୁ ମାରି
ପରେ ପୁଣି ଆନ ଆସି ଯାଏ ପୀଡି ପୀଡି ।
ଏହି ପରି କ୍ରମାଗତ ଲାଗି ରହି ଥାଏ
ଯେତେ ମାରିଲେ ବି ପୁଣି ଆନ ଆସି ଦଂଶେ ।
ମାରି ମାରି ନୟାନ୍ତ ଯେ ହୁଏ ନର ଶେଷେ
ସମସ୍ଯା ସକଳ ଚଳେ ଏସନ ଅଶେଷେ ।
ନିର୍ମୂଳ ବା ଲୋପ ତା'ର ନଘଟେ କେଭେହେଁ
ଭଉଁରୀ ସୂଜି ସେ ଟାଣେ ଆପଣା ଗରଭେ ।