Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ସମସ୍ତେ ହେଲେଣି ଛାଗଳ

ସମସ୍ତେ ହେଲେଣି ଛାଗଳ

1 min
448


ନିଜ ମାତୃଭାଷା ସବୁ ଭୁଲିଗଲେ  

  କହିଲେ ବିଦେଶୀ ଭାଷା

ବିଦେଶୀ ଭାଷାକୁ ନିଜର କରିଲେ

   ଭୁଲିଗଲେ ନିଜଭାଷା


ବାପା ବୋଉ ଡାକ ଆଉ ଶୁଭୁନାହିଁ

   ଡାକିଲେ ମମି ଓ ଡାଡି

ଦାଦା ଖୁଡି ଡାକ ଭଲ ଲାଗୁନାହିଁ

   ଡାକିଲେ ଅଙ୍କଲ ଆଣ୍ଟି,


ଅପା ଦିଦି ଡାକ ସବୁ ଲିଭିଗଲା

   ଡାକିଲେ ସମସ୍ତେ ସିସ

ଗୁରୁମା ଡାକ ଲାଜ ଲାଗିଲାଣି

   କହିଲେ ହାଲୋ ମିସ,


ଭାଇ ଡାକ ଟା କୁ ବିକୃତ କରି

   ଡାକୁଛନ୍ତି ବ୍ରୋ ବୋଲି

ଅଜା ଆଇ ଡାକ ଆଉ ଶୁଭୁନାହିଁ

   କହୁଛନ୍ତି ଓଲଡ଼ ବୋଲି


ଗୁରୁଜୀ ଡାକଟା ଆଉ ଶୁଭୁନାହିଁ

   ସମସ୍ତେ ଡାକିଲେ ସାର

ବନ୍ଧୁ ଡାକ ବୋଧେ ଲାଜ ଲାଗିଲା

   ଗର୍ବରେ କହିଲେ ୟାର


ପଖାଳ ଭାତ କୁ ନାକ ଟେକୁଛନ୍ତି

    ଖାଉଛନ୍ତି ବିରିଆନି

ଆଡିଶା କାକରା ସବୁଲୁଚିଗଲା

    ଖାଉଛନ୍ତି ଚଉମୁନି


ମାତୃ ଭାଷା ସବୁ ଲୁଚି ଲୁଚି ଯାଏ

   ଆମେ ଏଥିପାଇଁ ଦୋଷୀ

ବିଦେଶୀ ଭାଷାକୁ ଆପଣାର କଲେ

   ମନେ ମନେ ହୋଇ ଖୁସି


କହିବା କାହାକୁ କିଏବା ଶୁଣିବ

  ସମସ୍ତେ ଏଠାରେ ପାଗଳ

ନିଜର ମହତ ପଦାରେ ବିକେଇ

  ସମସ୍ତେ ହେଲେଣି ଛାଗଳ



Rate this content
Log in