STORYMIRROR

Niranjan Sahu

Others

4  

Niranjan Sahu

Others

ସମସ୍ତେ ଏକାକାର

ସମସ୍ତେ ଏକାକାର

1 min
320

ମୁଁ ଭିକାରୀ

ଭିକାରୀ ହିଁ ମୋ ପରିଚୟ,

ନା ଅତୀତ ଚିନ୍ତା,ନା ଭବିଷ୍ୟତ ଚିନ୍ତା

ମୁଁ ଵର୍ତମାନ କୁ ନେଇ ବଞ୍ଚିଥାଏ

ନା ବେଙ୍କ ବେଲେନ୍ସ ଚିନ୍ତା

ନା କୋଠା ବାଡ଼ି ଚିନ୍ତା

ନା ଦେଶ ଚିନ୍ତା ନା ବେଶ ଚିନ୍ତା

ହଁ ମୋର ଗୋଟିଏ ଚିନ୍ତା ଥାଏ

ଭୋକ ଚିନ୍ତା ।

ବାରଦୁଆର ମାଗିବୁଲେ,

ମିଳିଲେ ଖାଏ ନହେଲେ ଖାଡା ଖାଡା,

କିଏ ଦୟା କରେ ତ କିଏ ଦୁରଦୁର ମାର ମାର କରେ,

ଜେନକେନ୍ ପେଟ ଭରି ହେଇଯାଏ,

କାହାକୁ କହିବି, କିଏ ବା ଶୁଣିବ,

ଏଠିତ ସମସ୍ତେ ଟଙ୍କା କିଆ ଚାଉଳ ଆଣିବାରେ ବ୍ୟସ୍ତ,

ଇନ୍ଦିରା ଆବାସ ଲୁଟିବାରେ ବ୍ୟସ୍ତ ।

ଗରୀବ ଯୋଜନା ହଡ଼ପ କରିବାରେ ବ୍ୟସ୍ତ,

ଏମାନଙ୍କ ଠୁଁ ଆଉ ବା କଣ ଆଶା କରିବି,

ଦେଇ ଦେଇ ଚାଉଳ ମୁଠାଏ ନହେଲେ ଟଙ୍କେ ଦୁଇଟଙ୍କା,

ସେଥିରେ ଭାବିବେ ଦାନୀ,

ଏଠିତ ସମସ୍ତେ ଭିକାରୀ,

କିଏ ଭୋଟ ପାଇଁ କିଏ ନୋଟ ପାଇଁ,

କିଏ ପ୍ରେମପାଇଁ କିଏ ସମ୍ପର୍କ ପାଇଁ,

ପ୍ରାୟ ସମସ୍ତେ ସମ୍ପତିପାଇଁ ।

ହେଲେ ଭିକାରୀ ପଦଟା ତାଙ୍କୁ ଖରାପ ଲାଗେ,

କିଏ ଭିକାରୀ କହିଦେଲେ ଚିଡିକି ଉଠନ୍ତି,

ତେଣୁ ମୋତେ ଭିକାରୀ ନାମଟେ ଦେଇଛନ୍ତି,

ଓ ଭିକାରୀ ଡାକି ଆତ୍ମସନ୍ତୋଷ ପାଉଛନ୍ତି,

ହେଲେ ମୁଁ ଦୁଃଖ କରୁନି,କାରଣ ମୁଁ ଜାଣିଛି

ଶେଷରେ ସେମାନେ ଯେଉଁଠିକି ଯିବେ,

ମୁଁ ବି ସେଇଠିକି ଯିବି,

ସେଠିତ ସମସ୍ତେ ସମାନ ନା,

ଏଠି ସିନା ମିଛି ମିଛି କା ଅଭିନୟ ଧନୀ ଆଉ ଭିକାରୀ,

ହେଲେ ସେଠାରେ କିନ୍ତୁ ସମାନ,

କି ଧନୀ କି ଗରିବ,

ନା ଭିକାରୀ ବଡ଼ ନା ଧନୀବଡ଼, ସମସ୍ତେ ଏକାକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍