ସ୍ମୃତିର ପରବ ଏ'ବନ୍ଧୁ ମିଳନ ' '
ସ୍ମୃତିର ପରବ ଏ'ବନ୍ଧୁ ମିଳନ ' '
ସମ୍ପର୍କର ଡୋରି ଆଣିଛିରେ ଟାଣି
ସର୍ବେ ଆମେ ଏକତ୍ରିତ ,
ଶୁଭବେଳା ଲଗ୍ନ ଅପୁର୍ବ ମିଳନ
ସ୍ନେହଁ ପ୍ରେମେ ଆଚ୍ଛାଦିତ ! !
ସ୍ମୃତି ଦୃଶ୍ୟପଟେ ଚିତ୍ରଛବି ଭାସେ
ସହୋଦର ସହପାଠୀ ,
ମହାବିଦ୍ୟାଳୟ ଶିକ୍ଷା ସୌଧଘର
ସମ୍ପର୍କର ଚାବିକାଠି ! !
ସଭିଁଙ୍କ ପ୍ରଚେଷ୍ଟା ସମ୍ପର୍କେ ସଦିଚ୍ଛା
ଦ୍ଵିତୀୟ ବନ୍ଧୁମିଳନ ,
ପରବ ମାହୋଲ କରିଛି ବିମୁଗ୍ଧ
ସମ୍ବନ୍ଧର ଆସ୍ଫାଳନ ! !
ହେ'ବନ୍ଧୁ ବାନ୍ଧବୀ ସମ୍ପର୍କ ସରାଗି
ତବନାମ ଉଦ୍ଭାସିତ ,
ମିଳନ ପରବ ଭାବ ଉଦ୍ଦୀପକ
ଦୃଶ୍ୟାତ୍ମକ ବୋଧ ଚିତ୍ର ! !
ଅଜୟ ବୈଷ୍ଣବ ବଳଭଦ୍ର ବଜ୍ର
ବନ୍ଧୁତାର ନିଦର୍ଶନ ,
ଦୁଇ ଭାଗ୍ୟଧର ସମ୍ପର୍କର ଡୋର
ସ୍ନେହଁପ୍ରେମ ନିରାଧାର ! !
ଗୌତ୍ତମ ହେମନ୍ତ ଲକ୍ଷ୍ମୀକାନ୍ତ ମିତ
ମହାସ୍ମୃତି ଲେଖାକାର ,
ମହେନ୍ଦ୍ର ମାନସ ମଥୁରୀ ମୋହନ
ଚିତ୍ରଲିପି ସୌଦାଗର ! !
ପରୀକ୍ଷିତ ପ୍ରୀତ ବସୁଦେବ ମିତ
ଆୟୋଜକ ସଂକଳକ ,
ବାଳକୃଷ୍ଣ ପ୍ରେମୀ ପ୍ରସାନ୍ତ ଦରଦୀ
ନରୋତ୍ତମ ସର୍ବୋତ୍ତମ ! !
ମନୋରଂଜନ ସୌହାର୍ଦ୍ଦ୍ୟରେ ପୁର୍ଣ୍ଣ
ଆହାକି ଏ'ଭାବପ୍ରେମ ,
ମୁସ୍ତାକୀମ ସାଥୀ ସ୍ମୃତି ପ୍ରୀତିଲିପି
ବନ୍ଧୁତା'ର ଉଦ୍ଗିରଣ ! !
ଅନୁସୟା ଜ୍ୟୋତ୍ସ୍ନା ବାନ୍ଧବୀ ସଂପୂର୍ଣ୍ଣା
ସମ୍ପର୍କର ଶୁଭ୍ର ଜ୍ୟୋତି ,
ବନ୍ଧୁ ମିଳନର ମହା ପ୍ରସ୍ତାବକ
ଉଦ୍ଭାସିତ ଶ୍ରଦ୍ଧା ପ୍ରୀତି ! !
ମିଲି ପଙ୍କଜିନୀ ପ୍ରଭାତୀ ବାନ୍ଧବୀ
ବନ୍ଧନରୁ ଆଜି ମୁକ୍ତ ,
ହସିବେ ଗାଇବେ ସ୍ମୃତି ସାଉଁଟିବେ
ଭାବନାକୁ କରିବ୍ୟକ୍ତ ! !
ମହିମା ଆଲେଖ୍ୟ ସ୍ଵର୍ଣ୍ଣ ଉପବନ
ମିଳନର ମହାସ୍ଥାନ ,
ନିଶ୍ଚିନ୍ତ କୋଇଲି ସାଲେପୁର ମାଟି
ସ୍ମୃତିର ମହାର୍ଘ୍ୟ ସ୍ଥଳ ! !
ଅନ୍ନକୁ ବ୍ୟଞ୍ଜନ ଖାସି ମାଂସ ଝୋଳ
ମତ୍ସ୍ୟ ମସଲାରେ ମନ ,
ସାଲାଡ଼ ପାମ୍ପଡ ପନିର ବଟର
ମହକୁଛି ଆଜି ଜାଣ ! !
ରୁଚି ଅନୁସାରେ ଭୁଞ୍ଜ'ହେ ସରବେ
ଆମିଷ ଓ ନିରାମିଷ ,
ସ୍ମୃତି ରହିଯିବ ମନ ଆକାଶରେ
ଭବ୍ୟ ଆୟୋଜନ ସତ୍ୟ ! !
ଏବନ୍ଧୁ ମିଳନ ପରବ ମାହୋଲ
ସମୃଦ୍ଧିର ଭେଟଘାଟ ,
ଅଚିରେ ପାଳିବା ହସି ହସାଇବା
ଅବସରେ ହୋଇ ଭେଟ ! !
ଜଗତର ନାଥ ହୁଅ'ହେ ସଦୟ
ତୁମ୍ଭରି ଆଶ୍ରିତ ଆମ୍ଭେ ,
ପ୍ରତି ନବବର୍ଷ ଆଣିଦେଉ ହସ
ପାଳିବୁ ପରବ ସର୍ବେ ! !
