ସ୍ମୃତିର ପାନ୍ଥଶାଳା
ସ୍ମୃତିର ପାନ୍ଥଶାଳା


ମୁଁ କଣ ଜାଣି ଥିଲି ଏହା?
ହଠାତ୍ ସଫେଦ ଆକାଶଟା ବଦଳାଇଵ ରଙ୍ଗ,
ଚାହୁଁ ଚାହୁଁ ଭରିଗଲା କଳା ଧୁସୁରିଆ ବାଦଲର ଆସର,
ଲୁଚି ଗଲେ ଦୁରେ କାହିଁ ରବି!
କ୍ଷିପ୍ର ଗତିରେ ପ୍ରସ୍ଥାନ କଲେ ପଶୁ ପକ୍ଷୀ ଗଣ ଆପଣା ନୀଡ଼କୁ,
ବୋଧେ ହୁଏ କିଛି ଗୋଟେ ବଡ଼ ହେବାର ଥିଲା!
ଚାହୁଁ ଚାହୁଁ ରକ୍ତ ରଞ୍ଜିତରେ ଲାଲିମା ହେଲା ନଭ,
ଆରେ ଏ କଣ ସବୁ କିଛି ତ ଠିକ୍ ଥିଲା,
ସବୁରି ଜୀବନ ପ୍ରକ୍ରିୟା ଚାଲିଥିଲା ଶିଥିଳ ଗତିରେ,
ଝୁମି ଝୁମି ଆଉ ଖରା ଛାଇର ଖେଳରେ,
ବୁଝିବା ଲୋକେ ତ ବୁଝି ତରିଗଲେ,
ଆଉ ଯିଏ ନ ବୁଝିଲା ସେମାନେ ମରିଗଲେ,
ପବନର ବେଗରେ ଶୁଭିଲା ଶଙ୍ଖ ନାଦ!
ଚାରିଆଡେ ଭରିଗଲା ଅଚାନକ ବରଫର ଧଳା ଚାଦର,
ଠପ୍ ହୋଇଗଲା ବ୍ୟସ୍ତବହୁଳ ଜୀବନ ପ୍ରକ୍ରିୟା,
ସବୁକିଛି ଅଟକିଗଲା ନିମିଷକ ଲାଗି,
କାହାର ଛପର ଉଡିଗଲା ତ କାହାର ଗଛ ଭାଙ୍ଗିଗଲା,
କାହାର ସ୍ଵପ୍ନ ଚୁରମାର ହେଲା ତ କାହାର ମାଲା ମାଲ୍,
ମୁଁ ବି ବହୁତ୍ ଚେଷ୍ଟା କଲି ସମ୍ଭାଳିବାକୁ ମୋ ଜୀବନକୁ,
ମୋ ଛୋଟିଆ ହାତର ପାପୁଲିରେ
ହେଲେ ନା ମୋର ସାମର୍ଥ୍ୟ କମ୍ ପଡିଗଲା ପ୍ରକୃତି ପାଖରେ,
ଅନାୟସରେ ହାରିଗଲି ତା ପାଖରୁ,
ସବୁକିଛିକୁ ଉଜାଡି ଦେଲା ତାରି ଇଚ୍ଛାରେ,
ଆଉ ମୁଁ କଣ୍ କରି ପାରିଥାନ୍ତି ,
ନା ହାରି ଗଲି ବୋଲି କାନ୍ଦି ଥାନ୍ତି,
ମୁଁହକୁ ଲୁଚାଇ କବାଟ କୋଣରେ,
ପରବର୍ତ୍ତୀ ସମୟରେ ହୋଇଥାନ୍ତି ନିନ୍ଦିତ ସବୁରି ମୁଖରେ,
ଝଡ ପରେ ଉଜୁଡି ଯାଇଥିବା ଗଛର ଶାଖା ପରି,
ପୁଣି ଆଉ ଥରେ ଖେଳି ଉଠିବି ମୁଁ,
ଯେ ପର୍ଯ୍ୟନ୍ତ ସବୁଜିମା ନ ଭରିଛି ମୋ ଜୀବନ ବଗିଚାରେ,
ମୁଁ ନେବି ନାହିଁ ବିଶ୍ରାମ,
ହେଲେ ପଛେ ମୁଁ କରିବି ଦିନ ରାତିକୁ ଏକାକାର,
ସଫଳତାର ଚରମ ଶୀର୍ଷକୁ ଛୁଇଁଲା ଯାଏଁ,
ମୁଁ ହଟିବିନି ମୋହରି ରାସ୍ତାରୁ.....
ଦେବିନି ନିଲାମ ହେବାକୁ ଶପଥକୁ ବିଚ୍ ରାସ୍ତାରେ..।