STORYMIRROR

Sunita Barik

Others

5.0  

Sunita Barik

Others

ସ୍ମୃତିର ଚାବି ହଜିଛି

ସ୍ମୃତିର ଚାବି ହଜିଛି

1 min
445


ସରି ସରି ଆସେ ସମୟ ଆୟୁଷ

ଧିର ମନ୍ଥର ଗତି

ଅଦିନିଆ ଝଡ଼ ବହି ଚାଲିଗଲା

ଉଜାଡି ସେ ସବୁ ସ୍ମୃତି


ଝରା ବ‌ଉଳ ର ମହମହ ବାସ

କାହିଁ ଝରି ଯାଉଅଛି

ଅମାନିଆ ଲୁହ ଆଖିରେ ନ ରହି

ହୃଦେ ଭରେ କୋହ ତାତି


କିଏ ବା ଜାଣିଛି କେତେବେଳେ ପୁଣି

ଦେଖାହେବ କେଉଁଠାରେ

ସମୟର ସ୍ରୋତ ବହି ବହି ଯାଏ

ଫେରେ ନାହିଁ ଆଉ ଥରେ


କାହା ପାଇଁ ଏଠି ପୁନେଇଁ ର ଚାନ୍ଦ

ଆଣିଛି ମାଣିକ ମୋତି

କାହା ପାଇଁ ପୁଣି ଝର୍ଝର ଶ୍ରାବଣ

ଅମାବାସ୍ୟା ର ରାତି


ଦେଖି ଯାଅ ସାଥୀ କେମିତି ଅଛି ମୁଁ

ବିରହ କୁ ସାଥୀ କରି

ଛାତିର ଜ୍ୱାଳା କୁ ଲୁଚେଇ ରଖିଛି

ନିଛାଟିଆ ଘର ପରି


ମନର ମଣିଷ ଦୂରେ ଚାଲିଗଲା

ଛାଡି ଭରସାର ହାତ

କିଏ ବା ଜାଣିଛି ଶୁଭିବ କି ନାହିଁ

ଶୁଭ ମିଳନର ଗୀତ


ହାତ ଧରି ଆମେ ଚାଲିବାକୁ ପରା

କରିଥିଲେ ଦୁହେଁ ପଣ

ଅଧାବାଟରୁ ତ ସାଥୀ ଚାଲିଗଲା

ଭାଙ୍ଗି ଦେଇ ସବୁ ରାଣ


ଭଲପାଇ କିବା ଭୁଲ୍ କରିଥିଲି

ଦେଲ ମୋତେ ଉପହାର

ସବୁ ରାଣ ଭାଙ୍ଗି ତୁମେ ଚାଲିଗଲ

ଚାହିଁଲନି ଶେଷ ଥର


ଥରୁଟିଏ ହେଲେ ଭାବିଲ ଵି ନାହିଁ

କେମିତି ବଞ୍ଚିଵି ମୁହିଁ

ତୁମର ସେ ପ୍ରେମ ସ୍ନେହ ଵୋଳା ଭାବ

ଖୋଜିକି ପାଇବି କାହିଁ


ଫେରିଆସ ସାଥୀ! ଦେଖି ଯାଅ ଥରେ

କେମିତି ଜିଇଁଛି ମୁହିଁ

ତୁମ ବିନା ଏ ଜୀବନେ ଆଉ

ବଞ୍ଚିବା ର ମାନେ ନାହିଁ


ସାଉଁଟା ସ୍ମୃତି କୁ ସଜାଡି ରଖିଛି

ମନର ସିନ୍ଦୂକ ତଳେ

ସିନ୍ଦୂକ ର ଚାବି ହଜାଇ ଦେଇଛି

ତୁମେ ଗଲା ପରେ ପରେ.......

( ସୁନିତା ବାରିକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍