STORYMIRROR

Pranati Panda

Others

4  

Pranati Panda

Others

ସ୍ମୃତି

ସ୍ମୃତି

1 min
188


ସ୍ମୃତି ଭରା ନଦୀ ତୀରେ

ଅବଗାହିଛି ଯେ ଥରେ ।।


ସ୍ମୃତି ହେବନି ବିସ୍ମୃତି 

ଅଲିଭା, ଅଖଣ୍ଡ ଜ୍ୟୋତି ।।


ସ୍ମୃତି ମନ୍ଦାକିନୀ ନଈ

କଳ, କଳ ଯାଏ ବହି ।।


ସ୍ମୃତି ପୂର୍ଣ୍ଣିମାର ଜ୍ୟୋତି

ପୁଣି କେବେ ଅମାରାତି ।।


ସ୍ମୃତି ସୁହାଗିନୀ ବାଳା

ନିର୍ଝରିଣୀ ସେ' ଚଞ୍ଚଳା ।।


ସ୍ମୃତି ଜୀବନର ଗତି

ଅଭିନବ ଅନୁଭୂତି ।।


ସ୍ମୃତି ସୁରର ମୂର୍ଚ୍ଛନା

ଅନୁପମା ବହୁବର୍ଣ୍ଣା ।।


ସ୍ମୃତି ଏକ ମଧୁରାତି

ଜୀବନ ପଥର ସାଥି ।।


ସ୍ମୃତି କେବେ ବନହଂସୀ 

ଚିର ହରିତ ମାନସୀ ।।


ସ୍ମୃତି ଅପାସୋରା ପ୍ରୀତି 

ଅଭୂଲା , ଅଲିଭା ଗୀତି ।।


ସ୍ମୃତି ଶୋଭା କମନୀୟ

ସଦା ଅଭିନନ୍ଦନୀୟ ।।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍