ସ୍ମୃତି
ସ୍ମୃତି
ଆଦ୍ୟ ଯଉବନେ ଆସିଥିଲ ଦିନେ
ଫୁଲ ସବାରିରେ ଵସି
ଅମରୁତ ସମ ଢାଳିଥିଲ ପ୍ରେମ
ହେବାପାଇଁ ଅବିନାଶୀ
ସପନରେ ଥିଲା ପ୍ରେମର ନିଳୟ
ପ୍ରେମ ପୁରୁଷାର୍ଥ ପେଶୀ
ପାଉଥିଲି ମୁହିଁ ଦେଉଥିଲ ତୁମେ
ନବବଧୁ ବେଶେ ହସି
ମେଘ ତାତି ଶୀତ ବସନ୍ତ ମହକ
ଅବା ଫଗୁ ଫରିଆଦ
ଚୁମ୍ବନ ରେ ଥିଲା ପ୍ରେମ ପାନାମୃତ
ଆଲିଙ୍ଗନେ କରମ୍ବିତ
ମଧୁର ଚୁମ୍ବନ ଖୋଜୁଥାଏ ମନ
ଗୋଲାପି ଅଧର ଧାରେ
ଆଙ୍କିଦେବି ବୋଲି ଚାହିଁ ରହିଥାଏ
ଯଉବନ ସପନରେ
ସପନ ସଞ୍ଜରେ ସାଜି ଧ୍ରୁବତାରା
ଆସି ପୁଣି ଯାଉଥାଏ
ପ୍ରୀତି ଫଲ୍ଗୁଧାରା ଢାଳୁଥାଏ ବସି
ମଳୟ ମନରେ ବହେ
ଅଶାନ୍ତ ମନ ମୋ ଶାନ୍ତି ପାଇବାକୁ
ପ୍ରେମ ଟିକେ ମାଗୁଥାଏ
ତା ଅଙ୍ଗ ଯୌବନେ ଆକୁଳ ବଦନେ
ବ୍ୟାକୁଳ ମୁଁ ଯାହା ହୁଏ।
ରହିଗଲା ତୃଷ୍ଣା ପ୍ରେମ ପରିଧାନ
ପାଇଲିନି ପ୍ରୀତି ସ୍ନାନ
ଆସିଲାନି ଆଉ ପ୍ରେମ ଆକାଶରେ
ସ୍ମୃତି ହେଲା ଅମଳାନ
ପ୍ରଶାନ୍ତ କୁମାର ହୋତା