STORYMIRROR

T.Durga Prasad Rao

Others

4.5  

T.Durga Prasad Rao

Others

ସ୍ମୃତି

ସ୍ମୃତି

1 min
305


ସ୍ମୃତି

ସଞ୍ଜ ନଇଁ ଆସେ ଜକେଇ ଜକେଇ

ରାତିର ସନ୍ଦେଶ ନେଇ ... (୨)

ହେଲେ ରାତିର ଫଲ୍ଗୁରେ ସାମିଲ୍ ହେବା ପାଇଁ ... (୨)

ମନରେ ସରାଗ ନାହିଁ

ସଞ୍ଜ ନଇଁ ଆସେ ...


ରୁଣୁ ଝୁଣୁ ପାଦ ପାଉଁଜି ଶବଦ

ମନ ଆନମନା ହୁଏ

ନିରବରେ ଦ୍ୱାର ଖୋଲିବା ଶବଦେ

ଛାତି ମୋ କରତି ଯାଏ

ତେବେ କାହିଁକି କେଜାଣି ସେ ପାଦ ଦିଓଟି

ସେଇଠି ଅଟକିଯାଏ

ଖାଲି ନିରବ ଆଖିରେ ଅନେକ ଅକୁହା

କଥା କହି ଦେଇଯାଏ

ସେ ଆଖିର ଭାଷା ମନ ତଳ ଆଶା

ଏ ମନ ବୁଝଇ ନାହିଁ

ପଲକ ପଲକ ଦୁରୁହ ହୁଅଇ

ଏ ହୃଦ ବୁଝିବା ପାଇଁ

ହେଲେ ରାତି ସରିଯାଏ ଆଖିରେ ଆଖିରେ

ସେ ପାଦ ବଢ଼ଇ ନାହିଁ

ସଞ୍ଜ ନଇଁ ଆସେ ...


ଫିକା ଫିକା ମୁହଁ ଛାତି ତଳ କୋହ

ସେ କୋହ ସାଗରେ ପ୍ରିୟା

ଅବୁଝା ମୋ ମନ ବୁଝିଯିବା ଯାଏଁ

ଚାହିଁ ରହିଥାଏ ଆହା

ହେଲେ ମୁଁ ଏକ ପାଗଳ ବିସ୍ମୟ ହିଲ୍ଲୋଳ

ବୁଝି ବୁଝିପାରେ ନାହିଁ

ମୁହଁ ତୋଳି ତାରେ ଶୂନ୍ୟ ଚାହାଣୀରେ

କେତେଯେ ରହିଛି ଚାହିଁ

କୋମଳ ଅଧର ଅସ୍ଥିର ଅଧିର

କିଛି ତ କହିବା ପାଇଁ

ପାଦର ନଖରେ ଭୂଇଁରେ ସେ ଗାର

ଲୋଭନୀୟ ମୁଦ୍ରା ନେଇ

ହେଲେ ସେ ଯେ ଏକ ସ୍ମୃତି ଅତୀତ ଆକାଶେ

ହୃଦ ମୋ ଜାଳିବା ପାଇଁ

ସଞ୍ଜ ନଇଁ ଆସେ ...


ଟି.ଦୁର୍ଗା ପ୍ରସାଦ ରାଓ

ମାଲକାନଗିରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍