ସ୍ମୃତି
ସ୍ମୃତି
॥ ସ୍ମୃତି ॥
ଜୀବନର ଚଲାବାଟ ସହ ସମାନ୍ତରାଳ ଭାବେ ବହୁଥାଏ ନଦୀଟିଏ
ନାଁ ତାର ପରା ସ୍ମୃତି
କିଏ କହେ ଇତିହାସ କିଏ କହେ ଅତୀତ
ହେଲେ ତାର କୁଳୁକୁଳୁ ଶବ୍ଦରେ ଭାସିଆସେ ଜୀବନର ଗୀତି ॥
ଜୀବନର ବାଟଟା ଯେତେଯେତେ ଅଙ୍କାବଙ୍କା ହୁଏ
ସେତେ ବଢେ ତାର ଗଭୀରତା
ଜୀବନ ତା ଚଲାବାଟେ ଯେତେଯେତେ ଝୁଣ୍ଟେ
ସେତେସେତେ ଆସେ ସ୍ରୋତରେ ତା ପ୍ରଖରତା ॥
ଜୀବନ ତା ଚଲାବାଟେ ଯେବେ ଥକିପଡେ ଟିକେ
ସେତେବେଳେ ସେ ହୋଇଯାଏ ମନ୍ଥର
ଜୀବନଟା କିଛି ସମୟ ତାକୁ କରେ ନିରିକ୍ଷଣ
ପୁଣି କେଉଁ ଏକ ଅଜଣା ଶକ୍ତିରେ ହୋଇଉଠେ ସିଏ ତତ୍ପର ॥
ଜୀବନର ବାଟଟା ଯେବେ ସରିସରି ଆସେ
ଏକାକାର ହୁଏ ଜୀବନ ଆଉ ସ୍ମୃତି
ଜୀବନଟା ଯେତେ ଚେଷ୍ଟାକରେ ବୁଝିପୁଣି ଆଗକୁ ଯିବାକୁ
ପାରେନାହିଁ ବୁଝି କେଉଁଠୁ ଥିଲା ତା ଆରମ୍ଭ ପୁଣି କେଉଁଠି ତା ଇତି ॥
॥ ଜ୍ୟୋତିରଞନ ସାହୁ ॥
