ସ୍ମୃତି
ସ୍ମୃତି


ବୟସର ଦୋଛକିରେ ବନ୍ଧା ପଡ଼ିଛି ଏବେ ଜୀବନ !
ସ୍ମୃତି ର ବଉଳ ସହ ପେନ୍ଥା ପେନ୍ଥା କ୍ରୃଷ୍ଣଚୂଡା଼....
ଆଉ ହଳଦୀ ବସନ୍ତ ର ପଟୁଆର,
ସବୁ ଅଛି ସତେଜ, ଅଥଚ
ସ୍ୱପ୍ନ ଦେଖା ନ ସରୁଣୁ ବୟସ ପାହିଯାଏ
ପାହାନ୍ତାର ଇସାରା ରେ।
ଯଥା ସମୟରେ ପାଖୁଡ଼ା ମେଲିବା ହିଁ ତ ଫୁଲର ଧର୍ମ,
ଋତୁ କିଆଁ ଅପେକ୍ଷା କରିବ ଗଜୁରିନଥିବା ଗଛ ଅବା
ଫୁଟି ନଥିବା ଫୁଲ ଟିଏ ପାଇଁ ?
ତା'ର କି ଯାଏ ଆସେ ଫୁଲ ଟିଏ ଫୁଟିବା ଅବା ନ ଫୁଟିବା ରେ ?
ଋତୁ ଆସେ ଋତୁ ଯାଏ ପୁଣି ଆସେ ପୁଣି ଯାଏ....
ସ୍ୱପ୍ନ ସବୁ ସାଇତା ହୁଏ ସ୍ମୃତି ର ଫରୁଆରେ,
ସ୍ମୃତି ତ ସବୁବେଳେ ସୁନ୍ଦର,
ସେ ହୋଇ ଥାଉ ମଧୁର ଅବା କ୍ଷତାକ୍ତ।।
ପ୍ରତିଟି ମୁହୂର୍ତ୍ତ ତା'ର ପରବର୍ତ୍ତୀ ମୂହୁର୍ତ୍ତ ର ଆଗମନ ପରେ
ସ୍ମୃତି ହିଁ ପାଲଟି ଯାଏ,
ଏମିତି ହିଁ ତ ଚାଲିଥାଏ ଜୀବନ........!!!