ସ୍ମୃତି
ସ୍ମୃତି
ସ୍ମୃତି ତ ମୋର ଅତି ଆପଣାର
ସାଉଁଟିିବା ଅତୀତ ର କଥା
ଯାହା ଅଟଇ ଅତି ଅନ୍ତରର
ସ୍ମୃତି ହୋଇଯାଏ ଅତୀତ ।
ମନେ ଯେବେ ପଡ଼ଇ
ହେଲେ ବି ପୁରୁଣା ସ୍ମୃତି କୁ
ସାଇତି ରଖି ମନେ ଭରି ଦି ଏ ଅନେକ
ଉନ୍ମାଦନା ।
ସେ ତ ମୋର ଅତି ଆପଣାର
ପ୍ରୀତି ବେଦନା
ସମୟ ତ ଆମ ଧାଉଁ ଥିବା ନଈ
ସହଜରେ ଯାଏ ବିତି
ପ୍ରକୃତି ପିଠି ରେ ରହି ଯାଏ ହୋଇ ସ୍ମୃତି ।
ଲା ଲପା ଲା ଲପା ଡାକେ କୋଇଲି
କୋଇଲି ର ଡାକ ଶୁଣି ବୁଲି ପଡିଲି
ଠାରୁ ଆମ୍ବ ତୋଟା ର ଆମ୍ବ ପରା
ପୁଣି ଚୁପି ଚୁପି କଙ୍କି ଧରା ।
ଗଲାଣି ତ କେତେ ଦିନୁ
ମୁଁ କିନ୍ତୁ ପାରୁନି ଭୁଲି
ଅନୁଭବ ର ସେ ଯେଉଁ ସୁନ୍ଦର୍ ବାସ୍ନା
ତା ମଧ୍ୟେ ରଙ୍ଗାୟିତ ହୁଅଇ ମି ମନ ।
ଅନୁଭବ ଓ ଅନୁଭୂତି ରଙ୍ଗେ
ମୋ ପ୍ରାଣ ରେ ସଞ୍ଚାରିତ ହୁଅଇ ସେଇ
ସ୍ମୃତି ର ତାଳ ଓ ସ୍ଵର
କାହିଁ କି କେଜାଣି ଲାଗେ ସେ ବାସ୍ନା
ଅତି ଅନ୍ତର ର ।
ଗାଁ ର ସେ ଛାଇ ଳ ଚପଳ ନଇ
ଆଖୁ କିଆରୀ ର ଦୋରୁ ଅ ରସ
ସବୁ ତା ଏହି ଯାଏ ସତେଜ ହୋଇ
ସ୍ମୃତିର ଭଣ୍ଡାରରେ ।
