ସ୍ମୃତି
ସ୍ମୃତି

1 min

96
ସ୍ମୃତି ,
ତୁମେ ବଞ୍ଚିବାର ଏକମାତ୍ର ଆଶା
ତୁମେ ସୁଖର ନା ଦୁଃଖର,
ପ୍ରେମର ହୁଅ ନା ବିରହର
ଶତୃର ନା ମିତ୍ର,
ବିସ୍ୱସ୍ତ ହୁଅ ନା ବିସ୍ବାସ ଘାତକ ,
ତୁମେ ହିଁ ବଞ୍ଚିବାର ଏକାନ୍ତ ସତ୍ୟ।
ତୁମେ ସ୍ଵପ୍ନ ,ନା ବାସ୍ତବ
ତୁମକୁ ଦେଖିପାରେ ,ନା ସ୍ପର୍ଶ କରିପାରେ
ତଥାପି ତୁମେ ପ୍ରଜାପତି ଭଳି ଉଡିବୁଲ
ମନରେ ,ପ୍ରାଣରେ ,ସ୍ୱପ୍ନରେ ,ବାସ୍ତବରେ
ସବବୁବେଳେ ଘୁରିବୁଲ ହୃଦୟର ଅନ୍ତରାଳେ।
ସ୍ମୃତି ତୁମେ ଏକାନ୍ତ ଆପଣାର
ଅମାବାସ୍ୟାର ନିବିଡ ଅନ୍ଧକାର
ଜହ୍ନର ଶିତଳ ଜୋଛନା
ଶ୍ରାବଣର ବର୍ଷା ଧାରା ,
ଇନ୍ଦ୍ରଧନୂର ସାତରଙ୍ଗ ଭଳି
ତୁମେ ଶୟନେ ଆସ ,ସ୍ବପ୍ନରେଆସ
ସୁଖରେ ଆସନା ଦୁଃଖରେ
କେବଳ ଅଶ୍ରୃର ଉପହାର ନେଇ ଆସ ।