STORYMIRROR

Mira Biswal

Others

3  

Mira Biswal

Others

ସ୍ମୃତି

ସ୍ମୃତି

1 min
560

ସ୍ମୃତି ସେତ ଶବ୍ଦଟିଏ ନୁହେଁ 

ଅକୁହା ମନର ଅଲିଭା ଜ୍ୟୋତି ଟିଏ।

 

ପିଲା ବେଳେର ସେ ଅକୁହା ଗାଥା,

ଜହ୍ନ ମାମୁଁ ସାଙ୍ଗେ କେତେ ଯେ କଥା।

ମିଛି ମିଛି କା ସେ ବୋହୁ ଚୋରି ,

ମିଛ ଭାତ ଆଉ ମିଛ ତରକାରୀ।

ମିଛ ରାଗ ରୁଷା କି ମନୋହର ,

ମାନସ ପଟ୍ଟରେ ସେ ସବୁ ଆଜି ସ୍ମୃତି ମୋହର। 


ପିଲା ବେଳପରେ ଆସେ କିଶୋର ,

ନୂଆ ନୂଆ ସବୁ ଲାଗେ ମଧୁର ।

ନୂଆ ମନ ପକ୍ଷୀ ଧୀରେ ଉଡଇ,

ନୂଆ ନୂଆ ସାଥି ଖୋଜି ବୁଲଇ।

ନୂଆ ସାଙ୍ଗ ସାଥୀ ପ୍ରୀତି ମଧୁର ,

ମାନସ ପଟ୍ଟରେ ସେ ସବୁ ଆଜି ସ୍ମୃତି ମୋହର। 


କିଶୋର ସାଥିରେ ଆସେ ଯୌବନ ,

ବୁଝାଇ ଦିଏ ସେ ଜୀବନ ମୂଲ୍ୟ ।

ପିତା ମାତା ସ୍ନେହ ବୁଝାପଡଇ,

ନିଜେ ପିତା ମାତା ହେଇଲେ ଯାଇ।

ପିତା ମାତାଙ୍କର ସେ ମିଠା ଗାଳି, 

ମାନସ ପଟ୍ଟରେ ସେ ସବୁ ଆଜି ସ୍ମୃତି ମୋହରି।


ସବୁସରି ଯେବେ ବାର୍ଦ୍ଧକ୍ୟ ଆସେ,

ଧର୍ମ କର୍ମ କଥା ମନରେ ଆସେ।

ବୁଝି ହୁଏ ସବୁ ମାୟାର ଖେଳ, 

ଏ ସଂସାରେ କେହି ନୁହେଁ କାହାର।


ସବୁ ରହିଯାଏ ସ୍ମୃତିଟେ ହୋଇ ,

ଅଲିଭା ଅକ୍ଷର ଲେଖାଟେ ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍