ସ୍ମୃତି
ସ୍ମୃତି
1 min
10
ହୃଦୟର ସେଇ ନିବୁଜ କୋଠରୀରେ
କାହିଁ କେତେ ଦିନୁ ତୁମେ
ବନ୍ଦ ହୋଇ ରହିଛ ।
ଆଖିର ଆଇନାରେ ନିତି
ଆଙ୍କି ହେଉଛି ତୁମରି ଛବି ।
ତୁମକୁ ନେଇ ଲେଖୁଥିଲି
କବିତାର ଦି ଧାଡି ।
ପ୍ରେରଣା ଦେଉଥିଲ ନିତି
ବଞ୍ଚିବାର ଏ ଜୀବନେ ।
ସ୍ମୃତି ରଖିଦେଲ ଅପାସୋରା
ମୋରି ଭିତରେ ।
ବଞ୍ଚିବାର ନୂଆ ଆଶା ବୁଣିଦେଲ
ଏଇ ଜୀବନରେ ।
ହୃଦୟର କବାଟ ଖୋଲି
ଦେଖୁଛି ଆଜି ତୁମେ ନାହ
ଅଛି କେବଳ ପ୍ରତିଶ୍ରୁତି ଭରା
କେତେକ ସ୍ମୃତି ।