STORYMIRROR

Kalyani Nanda

Others

2  

Kalyani Nanda

Others

ସ୍ମୃତି ସହ କିଛିଟା ମୂହୁର୍ତ୍ତ

ସ୍ମୃତି ସହ କିଛିଟା ମୂହୁର୍ତ୍ତ

1 min
46

ସମୟର ଗତି ସହ,

ତାଳ ଦେଇ ବିତୁଥାଏ,

ଜୀବନର ପ୍ରତି ଟି ମୂହୁର୍ତ୍ତ, କ୍ଷଣ ପ୍ରତିକ୍ଷଣ,

ପଛକୁ ଫେରି ଯିବା ର ଜୁ ନ ଥାଏ ,

ହାତ ବଢ଼ାଇ ବିତି ଥିବା ମୂୂୂହୁୁୁୁୁୁର୍ତ୍ତ ,

ନା ସାଉଁଟି ଆଣି ପାରେ,ନା ଛୁୁଁଇ ପାରେ,

ନିରାଶା ର କୁହୁଡି ରେ ସବୁ କିଛି,

ଝାପସା ଝାପସା ହୋଇ ଯାଏ ।


ବିଜନ ବେଳା ରେ,

ନିିଃସଙ୍ଗ ମୂହୁର୍ତ୍ତ ଗୁଡାକ ସବୁ,

ବେଶ କିଛି ବ୍ୟତିିିିିିିବ୍ୟସ୍ତ କରି ତୋଳେ,

ହୃଦୟ କବାଟ ଖୋଲି,

ସ୍ମୃତି ର ଝଲକ ଦେଖାଏ,

ସ୍ମୃତି ,ହୃଦୟ ଝରକାରେ ,

ଆଘାତ ଦିିଏ, ମୋତେ ଡାକେ,

ପାଖକୁ ଗଲେ ମୋତେ କିଛି ଦେଖାଏ,

କେବେ ସ୍ମୃତି ଦର୍ପଣରେ ହସର ଦୁନିଆଁ,

କେବେ ଲୁୁୁୁହରେ ଭିଜି ଥିବା ସଂସାର,

ଅବା କେବେ ମୋ ସଂଘର୍ଷ ର କାହାଣୀ କହେ ।


ମୁଁ ହଜି ଯାଏ, ମୁଁ ମଜ୍ଜି ଯାଏ, 

ତା କଥାରେ, ବିଗତ କାହାଣୀ ରେ,

ସ୍ମୃତି ଦର୍ପଣରେ ମୋ ପ୍ରତିଛବି ଦେଖେ,

ବିଭିନ୍ନ ରୂପ ରେ, ବିିିିିଭିନ୍ନ ରଙ୍ଗ ରେ,

ହେଲେ ପାରେନିି ତାକୁ ସ୍ପର୍ଶ କରି,

ଖାଲି ଜଳ ଜଳ କରି ଚାହିଁ ରହିଥାଏ,

ସେ ବିତି ଯାଇଥିବା ସମୟ ର ଛବି,

ଲୁହ ରେ ଲୁହ ରେ ଭିଜିିିି ଥିବା ମନକୁ ନେଇ।


                   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍